ଜଗତସିଂହପୁର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ପରିବହନ ଆୟୁକ୍ତ ଦ୍ବାରା ନିର୍ଦେଶନାମା ରେ

ସ୍ବତନ୍ତ୍ର ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କାର୍ଯ୍ୟରେ ପ୍ରଥମ ଦିନ।

ଜଗତସିଂହପୁର ୨୯/୦୪/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶନାମା ରେ ସ୍ବତନ୍ତ୍ର ଅମାନିଆ ଗାଡ଼ି ଚାଳକ ଙ୍କୁ ସାବାଡ଼ କରିବା ପାଇଁ ପାରାଦ୍ୱୀପ  ଠାରେ ମଦ୍ୟପ ଚାଳକ ମାନଙ୍କୁ ନଜର ରଖାଯାଇ ଅନୁବନ୍ଧିତ ବିଜ୍ଞପ୍ତି ସତ୍ୱେ ଅବମାନନା କରିଥିବାରୁ ଚାଲାଣ କଟାଯାଇଛି ।

ସେଥିମଧ୍ୟରୁ ମାଲ୍ ପରିବହନ ଯାନରେ ଯାତ୍ରୀ ପରିବହନ କରୁଥିବାରୁ ୪ଟି ଗାଡି ଚାଲାଣ କଟାଯାଇଛି, ଦୃତଗତିରେ ଗାଡ଼ି ଚାଳକ ୨୦ ଜଣ, ପଲୁସନ ୨ ଜଣ,ଯାନ ବିମା ନଥିବା ୨ ଜଣ, ଫିଟନେସ ନଥିବା ୨ ଜଣ ଏମିତି ଅନ୍ୟାନ୍ୟ ମିଶାଇ  ୩୦ ଜଣଙ୍କର ଯାଞ୍ଚ କରାଯାଇ ଚାଲାଣ କଟାଯାଇଛି।ଏହା ଆସନ୍ତା ମାର୍ଚ୍ଚ ମାସ  ୮ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ  ଜାରି ରହିବ  ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ସୁଚନା ଦେବା ସହ ଅମାନିଆ ଗାଡ଼ି ଚାଳକ ମାନେ ସଚେତନତା ଅବଲମ୍ବନ କରି ଗାଡ଼ି ଚଳାନ୍ତୁ ତତସହିତ ଜନସାଧାରଣ ସଚେତନ ହୋଇ ଦୁର୍ଘଟଣା କମାଇବା  ପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହାକୁ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରତାପ କୁମାର ବେହେରା ଏବଂ କନିଷ୍ଠ ମୋଟରଯାନ ନିରୀକ୍ଷକ ଶ୍ରୀମତୀ ମନୋରମା ମାଝୀ ତତସହିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ପ୍ରବର୍ତ୍ତନ ଯାଞ୍ଚ କର୍ମଚାରୀ ମାନେ ଯାଞ୍ଚ ସମୟରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *