ଭୁବନ ଏନ୍ ଏ ସି ୧ ନମ୍ବର ୱାର୍ଡ ର ଆକ୍ସନ ପ୍ଲାନ୍– “ଅଡିଟୋରିୟମ ହଲ ଏବଂ ଇ-ଲାଇବ୍ରେରୀ ନିର୍ମାଣ ହେଉ”

ଭୁବନ,୧୦/୦୪/୨୦୨୬(ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସର୍ବାଧିକ ଶିକ୍ଷିତ,ସଚେତନ ୱାର୍ଡ ଭାବେ ପରିଚିତ ୧ ନମ୍ବର ୱାର୍ଡରେ ଲୋକପ୍ରିୟ କାଉନସିଲର ଗିରିଧାରୀ ସାହୁ ୨୦୨୬-୨୭ ବର୍ଷ ନିମନ୍ତେ ଆକ୍ସନ ପ୍ଲାନ୍ ( କାର୍ଯ୍ୟ ଖସଡା ) ପ୍ରସ୍ତୁତ କରି ଜନ ସାଧାରଣ ଙ୍କ ମତ ଲୋଡ଼ିଛନ୍ତି। କାଉନସିଲର ଶ୍ରୀଯୁକ୍ତ ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ଯେ,ବର୍ତ୍ତମାନ ଗ୍ରୀଷ୍ମଋତୁ ଆରମ୍ଭ ରୁ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଏଥିପାଇଁ ଆଇ ସି ଆଇ ସି ଆଇ ବ୍ୟାଙ୍କ (ଗୋଡ଼ି ପୋଖରୀ ଛକ) ଏବଂ ବଉଳ ଛକ ରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଉ ।

ଡାକ ବଙ୍ଗଳା ଛକ ତହସିଲଦାର ଙ୍କ ବାସଭବନ ଠାରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳୟ ଦେଇ ଗୌରାଙ୍ଗ ବେହେରା ଘର ପର୍ଯ୍ୟନ୍ତ ରାସ୍ତାଟି ଭାଙ୍ଗିରୁଜି ଯାଇଛି। ଏହାର ପୁନଃ ନିର୍ମାଣ (ପେଭର ବ୍ଲକ ରାସ୍ତା ) କରାଯାଉ । ବର୍ଷା ଦିନ ପୂର୍ବରୁ ଆଦର୍ଶ ପୋଖରୀ “ଗୋଡ଼ି ପୋଖରୀ ” ର ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମୂର୍ଣ୍ଣ କରାଯାଉ । ଭୁବନ – ଢେ଼ଙ୍କାନାଳ ମୁଖ୍ୟ ରାସ୍ତାର ଆଇ ସି ଆଇ ସି ଆଇ ବ୍ୟାଙ୍କ ନିକଟରୁ ସଦାନନ୍ଦ ନାୟକ ଙ୍କ ଘର ପର୍ଯ୍ୟନ୍ତ ରାସ୍ତାକୁ ପେଭର ବ୍ଲକ ରାସ୍ତା ନିର୍ମାଣ । କୋଦଣ୍ଡ ପୃଷ୍ଟି ଘର ଠାରୁ ପ୍ରଭାତ କୁଅଁର ଘର ପର୍ଯ୍ୟନ୍ତ ସି ସି ରୋଡ ନିର୍ମାଣ ।

ଟୋଲଙ୍କବେରେଣି ସ୍ଥିତ ବିପଦ ସଙ୍କୁଳ କେନାଲ ବ୍ରିଜ୍ କୁ ଭାଙ୍ଗି ସମତଳ ରାସ୍ତା ନିର୍ମାଣ । ପ୍ରଭାତ କୁଅଁର ଘର ଠାରୁ ବାଙ୍କନିଧି ବିହାରୀ ଘର ପର୍ଯ୍ୟନ୍ତ ସି ସି ରୋଡ ନିର୍ମାଣ। କେନାଲ ଦକ୍ଷିଣ ପାର୍ଶ୍ୱର ଜମି ଜବର ଦଖଲ ମୁକ୍ତ କରାଯାଇ ସେଠାରେ ଏକ କମ୍ୟୁନିଟୀ ହଲ ଏବଂ ଏକ ଶିଶୁ ଉଦ୍ୟାନ ନିର୍ମାଣ । ପ୍ରଜାପିତା ବ୍ରହ୍ମା କୁମାରୀ ଆଶ୍ରମ ସମ୍ମୁଖ ପେଭର ବ୍ଲକ ରାସ୍ତାର ପୁନଃ ନିର୍ମାଣ। ସିନେମା ହଲ ଛକ ଦ୍ୱିବେଦୀ କ୍ଲିନିକ୍ ଠାରୁ ନନ୍ଦ ଗୁରୁ ଘର ପର୍ଯ୍ୟନ୍ତ ସି ସି ରୋଡ ନିର୍ମାଣ। ପୁରୁଣା ମହିଳା ମହାବିଦ୍ୟାଳୟ ସ୍ଥାନରେ ପୂର୍ବ ପ୍ରସ୍ତାବିତ ଅଡିଟୋରିୟମ ହଲ ନିର୍ମାଣ ଏବଂ ସୂଚନା କେନ୍ଦ୍ର ଓ ପାଠାଗାର ଜାଗାରେ ପ୍ରସ୍ତାବିତ ଅତ୍ୟାଧୁନିକ ଇ-ଲାଇବ୍ରେରୀ ନିର୍ମାଣ କରାଯିବାକୁ ନଗରପାଳ ଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ଏହା ବାଦ୍ ଜନସାଧାରଣଙ୍କ ମତାମତ କୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରାଯିବ ବୋଲି କାଉନସିଲର ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *