ଠିକଣା ପରିବର୍ତ୍ତନ କଲା ଐତିହାସିକ ଶତାୟୁ ଲାଲବାଗ ଥାନା 

କଟକ ସଦର ୧୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) -କଟକ ନିମଚୈ।ଡି ଶିଶୁଭବନ ସମ୍ମୁଖରେ ୧୯୦୩ ମସିହା ମୋଗଲ ସାମ୍ରାଜ୍ୟ ସମୟରେ ସ୍ଥାପିତ ହୋଇଥିବା ଐତିହାସିକ ଶତାୟୁ ସର୍ବପୁରାତନ ଲାଲବାଗ ଥାନା ଏବେ ତାର ଠିକଣା ପରିବର୍ତ୍ତନ କରିଛି। ଏହି ଥାନା ଏବେ ଆରଏନଟି ନିକଟ ପୁରୁଣା ଏଜି ଅଫିସ କୋଠାକୁ ସ୍ଥାନାନ୍ତର ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ତାହା କାଠଯୋଡି କୂଳ ପୋଲିସ ଅଫିସର୍ସ କ୍ଲଵ ପରିସରକୁ ସ୍ଥାନାନ୍ତରିତ ହେଵ ବୋଲି ଜଣାପଡିଛି।

ପୁରୁଣା କୋଠା ଭଙ୍ଗାଯାଇ ସେଠାରେ ଏଜି ଅଫିସ କୋଠା ନିର୍ମାଣ କରାଯିଵ ବୋଲି ଜଣାପଡିବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ ଯେ ଲାଲବାଗ ଥାନା କୋଠା ସହିତ ଭକ୍ତ ସାଲବେଗଙ୍କ ସ୍ମୃତି ଵି ଜଡ଼ିତ ଥିବା ବିଶ୍ୱାସ କରାଯାଏ।କାରଣ ସାଲବେଗଙ୍କ ବାପା ଥିଲେ ଲାଲବେଗ। ସେଥିପାଇଁ ତାଙ୍କ ନାମରୁ ଏହି ଅଞ୍ଚଳ କାଳକ୍ରମେ ଲାଲବାଗ ଭାବେ ନାମିତ ହୋଇଥିବା କୁହାଯାଏ।

Leave a Reply

Your email address will not be published. Required fields are marked *