ଭୁବନେଶ୍ୱର,୧୦/୦୪/୨୦୨୬ (ଓଡ଼ିଶା ସମାଚାର)- ରାଜଧାନୀର ଗୌରବମୟ ପାରମ୍ପରିକତାକୁ ସ୍ମରଣ କରି ଆସନ୍ତା ୧୩ ଏପ୍ରିଲ, ୨୦୨୬ ତାରିଖରେ ପାଳିତ ହେବାକୁ ଯାଉଥିବା ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ “ମଶାଲ ୱାରିଅର୍ସ-ଓଡ଼ିଶା ପକ୍ଷରୁ ଏକ ଗରିମାମୟ ମଶାଲ ଶୋଭାଯାତ୍ରା ଆୟୋଜିତ ହେବ ।
ଏହି ମଶାଲ ଶୋଭାଯାତ୍ରା ୧୩ ଏପି୍ରଲ ସକାଳ ୫ ଘଟିକାରେ ଶ୍ରୀ ଲିଙ୍ଗରାଜ ମନ୍ଦିର, ଭୁବନେଶ୍ୱରଠାରୁ ଆରମ୍ଭ ହେବ । ଏହାର ରୁଟ୍ ଚାର୍ଟ ହେଉଛି ଲିଙ୍ଗରାଜ ମନ୍ଦିର ଠାରୁ ବଢେଇବାଙ୍କ ଛକ, ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାନଟିନ ଛକ, ଲୋୟର ପିଏମଜି ଛକ ହୋଇ ରାଜଧାନୀ ପ୍ରତିଷ୍ଠା ଉତ୍ସବ ମଂଚରେ ପହଂଚିବ । ଯାତ୍ରାଟି ସକାଳ ୬ଟା ୩୦ ମିନିଟ୍ ସମୟରେ ରାଜଧାନୀ ପ୍ରତିଷ୍ଠା ଉତ୍ସବ ସ୍ଥଳରେ ପହଂଚିବାକୁ ନିର୍ଦ୍ଧାରିତ ହୋଇଛି । ଏହି ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବବର୍ଗ ଓ ସମାଜର ବିଭିନ୍ନ ଶ୍ରେଣୀର ନାଗରିକମାନେ ଭାଗ ନେବେ ବୋଲି ଆଶା କରାଯାଉଛି ।
ଏହି ଗରିମାମୟ ଅବସରକୁ ସଫଳ କରିବା ପାଇଁ ଭୁବନେଶ୍ୱର ଛାତ୍ରଛାତ୍ରୀ ଯୁବବର୍ଗ ଓ ସାଧାରଣ ନାଗରିକଙ୍କୁ ବିପୁଳ ସଂଖ୍ୟାରେ ଯୋଗଦେବାକୁ ଆୟୋଜକ ପକ୍ଷରୁ ଅନୁରୋଧ କରାଯାଇଛି ।
