କଟକ ସଦର,୧୦/୦୪/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣିଵ୍ରହ୍ମପୁର ପଞ୍ଚାୟତ ମଙ୍ଗଦେଇପୁର ଠାରେ ଗତ କାଲି ଗୁରୁବାର ରାତିରେ ବିଭାଗୀୟ କର୍ମଚାରୀ କିମ୍ବା ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ନିମ୍ନ ମାନର ଢଳେଇ ରାସ୍ତା କାମକୁ ନେଇ ବିବାଦ ଦେଖାଦେଇଥିବା ବେଳେ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏସବୁ କଟକ ସଦର ବ୍ଲକରେ ବିବାଦୀୟ ଥିବା ପରବର୍ତ୍ତୀ ସମୟରେ ଏଠାରେ ଅବସ୍ଥାପିତ ହୋଇଥିବା ଜେଇ ଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ରେ ହୋଇଥିବା ଅଭିଯୋଗ ହେଉଛି।

ଏବେ ଦିନରେ ମେଘୁଆ ପାଗ ସହିତ ଝିପି ଝିପି ବର୍ଷା ଲାଗି ରହିଥିବା ବେଳେ ଏହା କଂକ୍ରିଟ କାମ ପାଇଁ ଅନୁକୂଳ ରହିଛି। ହେଲେ ଠିକାଦାର ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାହିଁକି ଓ କେଉଁ ସ୍ୱାର୍ଥରେ ରାତିରେ କାମ କରାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଆଜି ଶୁକ୍ରବାର ଦିନ କଟକ ସଦର ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଶାସନ ହରିଜନ ସାହିରେ କନିଷ୍ଠ ଯନ୍ତ୍ରୀ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ନଥାଇ ଢଳେଇ ରାସ୍ତା କାମ ଚାଲିଥିଵା ଅଭିଯୋଗ ହୋଇଛି। ତୁରନ୍ତ ଏସଵୁ ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।
