“ହରଘର ତିରଙ୍ଗା” ଅଭିଯାନକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ମାନଙ୍କ ସହିତ ଆଲୋଚନା

                                   ଏକତା ଏବଂ ଦେଶଭକ୍ତିର ଗଭୀର ଭାବନାକୁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।

ଭୁବନେଶ୍ୱର, ୯/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  “ହରଘର ତିରଙ୍ଗା” (ପ୍ରତ୍ୟେକ ଘରେ ତ୍ରିରଙ୍ଗା) ଅଭିଯାନକୁ ବ୍ୟାପକ କରିବାକୁ ଆଜି ପୂର୍ବାହ୍ନରେ ଏକ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।  ଏହି  ବୈଠକରେ ପଞ୍ଚାୟତିରାଜ ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀ ସଂଜୟ କୁମାର ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ  ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଆଦିର  ନିର୍ଦ୍ଦେଶକ  ଓ ଅନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅଭିଯାନକୁ ବ୍ୟାପକ  ଓ ଭଲ ଭାବରେ ଅନୁଷ୍ଠିତ ହେବା ନେଇ ଉନ୍ନୟନ କମିଶନର ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ହର ଘର ତିରଙ୍ଗାଅଭିଯାନ,ଘରେ  ଘରେ ଜାତୀୟ ପତାକା  ତ୍ରିରଙ୍ଗା ଉତ୍ତୋଳନ କରିବା ସହଏଥିରେ ସମସ୍ତେ ସାମିଲ ହୋଇ ଦେଶର ଏକତା ଓ ଦେଶଭକ୍ତି ଭାବନକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ।  ଏହି ଅଭିଯାନ ପଂଚାୟତିରାଜ ପାନୀୟଜଳ ବିଭାଗ, ସୂଚନା ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଦକ୍ଷତା ବିକାଶ ବୈଷୟିକଶିକ୍ଷା ବିଭାଗ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ,ମିଶନ ଶକ୍ତି ବିଭାଗ ଆଦି ସହଯୋଗରେ କରାଯାଉଛିଏହି ଅଭିଯାନରେ  ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ତ୍ରିରଙ୍ଗା ଯାତ୍ରା, ତ୍ରିରଙ୍ଗା ଶୋଭାଯାତ୍ରା, ତ୍ରିରଙ୍ଗା ଗଣ ଦୌଡ, ତ୍ରିରଙ୍ଗା ସଙ୍ଗୀତ ସମାରୋହ,ତ୍ରିରଙ୍ଗା ଶପଥ, ତ୍ରିରଙ୍ଗା ସେଲଫି, ସମ୍ବର୍ନ୍ଧନା, ତ୍ରିରଙ୍ଗା କାନଭାସ ,ତ୍ରିରଙ୍ଗା ମେଳା ଇତ୍ୟାଦି କାର୍ଯ୍ୟକ୍ରମ ଆଦି ରହିଛି । ଏ ସଂପର୍କରେ  ଜିଲ୍ଲାପାଳ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ  ଆଲୋଚନା ସହ ମତାମତ ଗ୍ରହଣ ପୂର୍ବକ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା ।  ରାଜ୍ୟ ତଥା ଜିଲ୍ଲାରେ ହର ଘର  ତିରଙ୍ଗା ଅଭିଯାନକୁ ବ୍ୟାପକ କରିବାକୁ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବ୍ୟାପକ  ପ୍ରଚାର ପ୍ରସାର କରାଯିବା ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

 ଏହି ଅଭିଯାନରେ ରାଜ୍ୟରେ ଅଗଷ୍ଟ ୧୩ ତାରିଖରେ  ଜିଲ୍ଲା ସ୍ତରରେ ତ୍ରିରଙ୍ଗା ଯାତ୍ରା  ଶୋଭାଯାତ୍ରା ଅନୁଷ୍ଠିତ ହେବ ।  ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଅନ୍ୟ ଜିଲ୍ଲା ସ୍ତରୀୟ ବିଭାଗ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ସହଯୋଗରେ ପ୍ରସ୍ତୁତି କରିବେ ।  ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ତ୍ରିରଙ୍ଗା ସଙ୍ଗୀତ ସମସ୍ତ ସମାରୋହରେ ପରିବେଷଣ କରାଯିବ । ରାଜ୍ୟ ସ୍ତରୀୟ ତ୍ରିରଙ୍ଗା ସଙ୍ଗୀତ ସମାରୋହ  ଜୟଦେବ ଭବନ ଠାରେ  ଅନୁଷ୍ଠିତ ହେବ । ଅଗଷ୍ଟ ୧୩ ରୁ  ୧୫ ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ  ପ୍ରମୁଖ  କାର୍ଯ୍ୟକ୍ରମରେ ତ୍ରିରଙ୍ଗା  ଶପଥ ପାଠ ଅନୁଷ୍ଠିତ ହେବ । ସବୁଠି ଓଡ଼ିଆ ଭାଷାରେ ତ୍ରିରଙ୍ଗା ଶପଥ  ନିଆଯିବ । ବିଭିନ୍ନ ସ୍ଥାନରେ ହେବାକୁ ଥିବା ତ୍ରିରଙ୍ଗା ସଙ୍ଗୀତ ସମାରୋହ  ଆରମ୍ଭରୁ  ମଧ୍ୟ ଶପଥ ପାଠ କରାଯିବା ପାଇଁ ପରାମର୍ଶ ଦିଆଯାଇଛି ।  ତ୍ରିରଙ୍ଗା ସଙ୍ଗୀତ ସମାରୋହ ସ୍ଥଳରେ  ନିର୍ଦ୍ଦିଷ୍ଟ ଆକାରର ଫ୍ରେମ୍ ପ୍ରସ୍ତୁତି କରାଯାଇ  ସେଲଫି ପଏଣ୍ଟ କରାଯିବ ।  ଜନସାଧାରଣଙ୍କୁ  ସେଲଫି ଉଠାଇ www.harghartiranga.com ରେ ଅପଲୋଡ କରିବାକୁ ଉତ୍ସାହିତ କରାଯିବସେହିପରି ଜନସାଧାରଣ ମଧ୍ୟ ନିଜ ନିଜ ବାସଗୃହ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରି ସେଲଫି ଉଠାଇ ଉପରୋକ୍ତ ପୋର୍ଟାଲରେ ଅପଲୋଡ କରିପାରିବେ  ।  ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ  ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଯୋଗଦାନ,  ସ୍ଥାନୀୟ ନେତୃବୃନ୍ଦଙ୍କ ଅଂଶଗ୍ରହଣ  ସମେତ ବ୍ଲକ ଓ ପଂଚାୟତ ସ୍ତରରେ ତ୍ରିରଙ୍ଗା ଯାତ୍ରା, ତ୍ରିରଙ୍ଗା ଶୋଭାଯାତ୍ରା, ତ୍ରିରଙ୍ଗା ଗଣଦୌଡ ଓ ମାରାଥନ ଆୟୋଜନ ଭଳି ବିଭିନ୍ନ କାର୍ଯ୍ୟକ୍ରମ କିପରି କରାଯିବ, ସେ ସଂପର୍କରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ସମସ୍ତ ଜିଲ୍ଲା ତଥା ବ୍ଲକକୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *