ସମ୍ବଲପୁର,୧୩ /୯/୨୦୨୪ (ଓଡ଼ିଶା ସମାଚାର)- ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ବଢ଼ୁଛି । ହୀରାକୁଦ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ବର୍ତମାନ ଜଳ ଭଣ୍ଡାରର ଜଳ ସ୍ତର ୬୨୮.୪୩ ରେ ପହଂଚିଛି । ଗତକାଲି ୨ଟି ପର୍ୟ୍ୟାୟରେ ୧୦ଟି ଗେଟ୍ ଖୋଲାଯିବା ପରେ ସମୁଦାୟ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ କରୁଛି ।
ପ୍ରତି ସେକେଣ୍ଡରେ ୩ ଲକ୍ଷ ୪୧୧ ହଜାର ୪୧ କ୍ୟୁସେକଜଳ ପ୍ରବେଶ କରୁଥିବାବେଳ ୩ ଲକ୍ଷ ୨ ହଜାର ୮ଶହ ୯୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ହୀରାକୁଦ ଜଳ ଭଣ୍ଡାରର ୧୬ ଟି ଗେଟ୍ ଖୋଲା
