ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହେଲେ ହୃଷିକେଶ ଜେନା 

କଟକ ସଦର ,୧୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କଟକ ଜିଲ୍ଲାରୁ ସର୍ବାଧିକ ୧୨ ଜଣ ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରୁ ସହରାଞ୍ଚଳ ଜିଲ୍ଲା ରୁ ୮ ଜଣ ଓ ଗ୍ରାମାଞ୍ଚଳ ଜିଲ୍ଲାରୁ ୪ ଜଣ ମନୋନୀତ ହୋଇଥିବା ଜଣାପଡିଛି।

ସେମାନଙ୍କ ମଧ୍ୟରେ କଟକ ଜିଲ୍ଲାର ପୂର୍ବତନ ସଭାପତି, କନ୍ଦରପୁର କୃଷକ ସେଵା ସମବାୟ ସମିତି ର ପୂର୍ବତନ ସଭାପତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା କଟକ ସଦର ର ବରିଷ୍ଠ ବିଜେପି ନେତା ହୃଷିକେଶ ଜେନା ସ୍ଥାନ ପାଇଥିବା ଜଣାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହରାଞ୍ଚଳ ଜିଲ୍ଲା ରୁ ନୟନ କିଶୋର ମହାନ୍ତି, ଲଲାଟେନ୍ଦୁ ଵଡୁ, ଓମ୍ ପ୍ରକାଶ ରାୟ, ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ରଶ୍ମି ରେଖା ଦାସ, ଵିନୋଦ ଦାଶ,ସଜ୍ଜନ ଶର୍ମା, ହୃଷିକେଶ ଜେନା ରହିଥିବା ବେଳେ ଗ୍ରାମାଞ୍ଚଳ ଜିଲ୍ଲାରୁ ଅରିନ୍ଦମ ରାୟ,ଅଭୟ କୁମାର ବାରିକ, କୁଞ୍ଜ ମୋହନ ସେଠୀ,ଵ୍ରଜେନ୍ଦ୍ର ରାୟ ରହିଛନ୍ତି।

Leave a Reply

Your email address will not be published. Required fields are marked *