କଟକ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ହେଲେ ନଳିନୀପ୍ରଭା ଉଦଗାତା

କଟକ ସଦର, ୦୯/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରଦୀପ୍ତ କୁମାର ଦାସଙ୍କ ଅନୁମୋଦନ କ୍ରମେ କଟକ ସଦର ର ଜଣାଶୁଣା ନାରୀ ନେତ୍ରୀ ତଥା ଫକିରପଡା ପଞ୍ଚାୟତର ପୂର୍ବତନ ସରପଂଚ ନଳିନୀପ୍ରଭା ଉଦଗାତା ଙ୍କୁ ଜିଲ୍ଲା ଉପସଭାପତି ଭାବେ ପିସିସି ସଭାପତି ଭକ୍ତ ଚରଣ ଦାସ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡିଛି।

ଏଥିପାଇଁ ଶ୍ରୀମତୀ ଉଦଗାତା ରାଜ୍ୟ/ଜିଲ୍ଲା ସଭାପତି ଙ୍କ ସମେତ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ,ସଦର ବ୍ଲକ୍ କଂଗ୍ରେସ କମିଟି ପୂର୍ବତନ ସଭାପତି ତଥା ଜିଲ୍ଲା ଅନୁସୂଚୀତ ବିଭାଗ ଅଧ୍ୟକ୍ଷ ପ୍ରତାପ ମଲ୍ଲିକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *