ରାଜ୍ୟସଭା ସାଂସଦ ପ୍ରତିନିଧି ନିଯୁକ୍ତି କରିବାର ବୈଧତାକୁ ନେଇ ଉଠିଲା ପ୍ରଶ୍ନ
କଟକ ସଦର ,୦୧/୦୮/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା) ଚୌଦ୍ୱାର -କଟକ ରାଜନୀତିରେ ଏବେ ହଟଚମଟ ଦେଖାଦେଇଛି। ଉକ୍ତ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେଡ଼ି ଛାଡି ବିଜେପିକୁ ଯିବା ଏଵଂ ତାଙ୍କ ପୁଅ ବିଧାୟକ ସୌଭିକ ବିଶ୍ବାଳ ବିଜେଡିରୁ ନିଲମ୍ବିତ ହେଵା ପରେ ଏଠାରେ ରାଜନୀତି ପାଣିପାଗ ଉଷ୍ମ ହୋଇଉଠିଛି। ପ୍ରଭାତ ବିଶ୍ବାଳ ଙ୍କ ଏକାନ୍ତ ଅନୁଗତ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ପ୍ରେମଚାନ୍ଦ ନାୟକ ବିଧାୟକ ସୌଭିକ ଙ୍କର ପ୍ରତିନିଧି ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ।
ହେଲେ ପ୍ରଭାତଙ୍କ ସାଙ୍ଗରେ ପ୍ରେମ ଚାନ୍ଦ ବିଜେପି କୁ ନଯିବାରୁ ଏହି ରାଗରେ ତାଙ୍କୁ ପ୍ରତିନିଧି ରୁ ହଟେଇ ଦେଇଥିଲେ। ଏପରି ସ୍ଥଳେ ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର ପ୍ରେମଚାନ୍ଦ ଙ୍କୁ ପ୍ରତିନିଧି ନିଯୁକ୍ତି ପ୍ରଦାନ କରିଛନ୍ତି। ହେଲେ ଏହି ନିଯୁକ୍ତିର ବୈଧତାକୁ ନେଇ ଉଠିଛି ପ୍ରଶ୍ନ। କୌଣସି ପୌର ନିଗମ ପୌରପାଳିକାରେ ବିଧାୟକ ଓ ଲୋକସଭା ସାଂସଦ ମାନେ ପ୍ରତିନିଧି ନିଯୁକ୍ତି କରିବାର ବିଧି ବ୍ୟବସ୍ଥା ଥିବା ବେଳେ ରାଜ୍ୟସଭା ସାଂସଦ କେଉଁ ଠାରେ ପ୍ରତିନିଧି ନିଯୁକ୍ତି କରିବାର ନଜିର ନଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ବିଜେପି ଏହି ନିଯୁକ୍ତିର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛି।
