କଟକ ସଦର ,୦୯/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ମୁଣ୍ଡୁଳି ଠାରେ ମହାନଦୀର ଗଭୀର ଜଳରେ ଭାସି ଯାଉଥିବା ଶ୍ରୀ ଜଗନ୍ନାଥ,ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ତିନି ବିଗ୍ରହମାନଙ୍କୁ ଆଜି ଗୁରୁବାର ଦିନ ଜନୈକ ଶ୍ରଦ୍ଧାଳୁ ମାନସ ବେହେରା ଉଦ୍ଧାର କରିଥିବା ଜଣାପଡିଛି।

ଏହା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ବିଗ୍ରହମାନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କର ଭିଡ ଜମିଛି। ବିଗ୍ରହମାନଙ୍କୁ ପୂଜାର୍ଚ୍ଚନା ପାଇଁ ଏକ ମନ୍ଦିର କୁ ନିଆଯାଇଥିବା ଜଣାଯାଇଛି।
