କଟକ ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ରାଉତଙ୍କ ୪ ର୍ଥ ବାର୍ଷିକ ଶ୍ରାଦ୍ଧୋତ୍ସବ

କଟକ ସଦର,୦୭/୦୪/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ରାଉତଙ୍କ ୪ର୍ଥ ବାର୍ଷିକ ଶ୍ରାଦ୍ଧୋତ୍ସବ ଆଜି ମଙ୍ଗଳବାର ଦିନ ବିଷ୍ଣୁପ୍ରିୟା ସେବା ସମିତି ପକ୍ଷରୁ ଗତିରାଉତପାଟଣା ସମିତି କାର୍ଯ୍ୟାଳୟ ଠାରେ ଯୁଵ ଉଦ୍ୟୋଗୀ ବିକ୍ରମ ରାଉତ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଜନୀକାନ୍ତ ସାହୁ,ଗତିରାଉତପାଟଣା କୃଷକ ସେଵା ସମବାୟ ସମିତି ସଭାପତି ସମର ବେହେରା, କଟକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ନିର୍ମଳ ଦାସ, ବିଜେପି ନେତା ପିୟୁସ ରଞ୍ଜନ ପରିଡ଼ା,ଧରିଣା ସରପଂଚ ରତ୍ନାକର ରାଉତ, ଫକିରପଡା ସମିତି ସଭ୍ୟ ସନ୍ତୋଷ ରାଉତ, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ଅନିରୁଦ୍ଧ ରାଉଳ, ଉମାକାନ୍ତ ରାଉତରାୟ, ତ୍ରିଲୋଚନ ସ୍ୱାଇଁ, ସାମ୍ବାଦିକ ସର୍ବେଶ୍ଵର ମିଶ୍ର, ସୁଶାନ୍ତ ଜେନା, ସୁକାନ୍ତ ବେଉରା,ସାଜିଦ ଅଲ୍ଲୀ, ଦେବେନ୍ଦ୍ର ସେଠୀ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ବିଷ୍ଣୁପ୍ରିୟା ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ସମିତି ର ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ସମେତ ଜିତେନ୍ଦ୍ର କୁମାର ଦାଶ, ଧରଣୀଧର ପଣ୍ଡା, ପ୍ରକାଶ ସାହୁ, ପ୍ରତାପ ରାଉତ,ମାଧବ ରାଉତ, ଅଦ୍ଵୈତ ରାଉତ, ସୁମନ୍ତ ପରିଡ଼ା ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *