ଭୁବନ ରେ ୩୭ ତମ ବାଦୀ ପାଲା ମହୋତ୍ସବ

ଭୁବନ, ୦୩/୦୫/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଗାୟତ୍ରୀ ପାଲା ମଣ୍ଡପ ଠାରେ ଶ୍ରୀ ଶ୍ରୀ ସତ୍ୟ ନାରାୟଣ ପୂଜା କମିଟି ଆନୁକୂଲ୍ୟରେ ୩୭ ତମ ବାଦୀପାଲା ମହୋତ୍ସବ ଅନୁଷ୍ଠିତ ହେଉଅଛି ।

ଗତ ୧ ତାରିଖ ଗୁରୁବାର ସଂଧ୍ୟାରେ ସତ୍ୟ ନାରାୟଣ ଙ୍କ ପୂଜାର୍ଚ୍ଚନା ପରେ ବାଦୀ ପାଲା ଉଦଘାଟିତ ହୋଇଥିଲା । ଗାୟକ ପ୍ରଜ୍ଞା ଓ ଜ୍ଞାନ ବାରିଧି ଶ୍ରୀଯୁକ୍ତ କଳାକାର ନାୟକ ଙ୍କ ସହିତ ଗାୟକ ଜ୍ଞାନ ସୁଧା ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ନାୟକ ସେମାନଙ୍କ ସାଥି କଳାକାରଙ୍କ ସହିତ ପାଲା ପରିବେଷଣ କରୁଛନ୍ତି । ସନ୍ଧ୍ୟା ପରଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ସଂଖ୍ୟକ ଆଧ୍ୟାତ୍ମିକ ପ୍ରେମୀ ଦର୍ଶକ ବାଦୀ ପାଲା ଦେଖୁଛନ୍ତି ।

ସଭାପତି ହୃଷୀକେଶ ସାହୁ, ସମ୍ପାଦକ ନରେନ୍ଦ୍ର କୁମାର ସାହୁ ଙ୍କ ସମେତ ଯୁବରାଜ ସlଥୁଆ ମହାପତ୍ର,ସୁରେଶ କୁମାର ସାହୁ,ବ୍ରହ୍ମାନନ୍ଦ ସାହୁ,ବିଶ୍ଵନାଥ ସାହୁ,ରତିକାନ୍ତ ସାହୁ,ଲଳିତ କୁମାର ମିଶ୍ର,ଅଜୟ କୁମାର ସେଠୀ ,ବିଜୟ କୁମାର୍ ସାହୁ,ପଞ୍ଚାନନ ଓଝା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗରେ ପାଲା ପରିବେଷଣ ହେଉଛି । ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ପାଲା ୫ ତାରିଖ ପର୍ଯନ୍ତ ଚାଲିବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *