କଟକ ସଦର,୦୭/୦୪/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ବିଜେପି ପକ୍ଷରୁ ଆଜି ମଙ୍ଗଳବାର ଦିନ ଵିରିଵାଟି ତାରିଣୀ ମନ୍ଦିର ପରିସରରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ୪୨ ତମ ଜନ୍ମଦିନ ମହାସମାରୋହରେ ପାଳନ କରାଯାଇଛି।

ଏଥିରେ ନିର୍ବାଚନ ମଣ୍ଡଳୀର ଵହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇ ବିଧାୟକ ଶ୍ରୀ ସେଠୀଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ଜନ୍ମଦିନର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ବିଧାୟକ ସମସ୍ତ ଙ୍କ ପାଇଁ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ।
