ଭୁବନ ରେ ହିଙ୍ଗୁଳା ଯାତ୍ରା ଉଦଯାପିତ

ଭୁବନ,୦୬/୦୪/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ପ୍ରସିଦ୍ଧ ଶକ୍ତି ପୀଠ ହିଙ୍ଗୁଳା ଠାକୁରାଣୀ ଙ୍କ ପବିତ୍ର ପୀଠ ରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ୬୮ ତମ (ଝାମୁଯାତ୍ରା,ମହାଯଜ୍ଞ) ହିଙ୍ଗୁଳା ଯାତ୍ରା ଗତକାଲି ରବିବାର ରାତି ରେ ଉଦଯାପିତ ହୋଇଯାଇଛି । ଗତ ବୁଧବାର ଅପରାହ୍ନରେ ଶତାଧିକ ପୁରୁଷ ,ମହିଳା କଳସ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମା ହିଙ୍ଗୁଳା ଙ୍କ ନିକଟରେ ଘଟ ସ୍ଥାପନ କରିଥିଲେ ।

ଗୁରୁବାର ପୂର୍ଣ୍ଣମୀ ଦିନ ଅପରାହ୍ନ ୪ ଘଟିକା ସମୟରେ ମାନସିକ ବ୍ରତ ଧାରୀ ପାଟୁଆ ଙ୍କ ଦ୍ଵାରା (ଝାମୁଯାତ୍ରା) ନିଆଁରେ ଚାଲିଥିଲେ । ଗୁରୁବାର ସନ୍ଧ୍ୟାରୁ ଶନିବାର ପର୍ଯ୍ୟନ୍ତ ପୂଜାର୍ଚ୍ଚନା,ହୋମ ଯଜ୍ଞ ଓ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇ ୫ ତାରିଖ ରବିବାର ଦିନ ରାତ୍ର ୯ ଘଟିକା ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହିଙ୍ଗୁଳା ଦେବୀ ଠାକୁରାଣୀ ଚାରି ଟେବୁଲ୍ ଟ୍ରଷ୍ଟ ସଭାପତି ଶଶୀ ଭୂଷଣ ପୃଷ୍ଟି ଙ୍କ ସମେତ ସମ୍ପାଦକ କୁଞ୍ଜ ବିହାରୀ ଚିନରା, ଦିଲ୍ଲୀପ କୁମାର ଦାସ,ସତ୍ୟାନନ୍ଦ ପୃଷ୍ଟି, ବିଶ୍ୱନାଥ ନାୟକ, ଖଗେଶ୍ୱର ନାୟକ,ଧନେଶ୍ୱର ସାହୁ, ନରୋତ୍ତମ ସାହୁ, ମୂଖ୍ୟ କଳସୀ ଦେବବ୍ରତ ପୃଷ୍ଟି ଓ ଭୁବନ ସଂକୀର୍ତ୍ତନ ମଣ୍ଡଳୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *