ରାଜଧାନୀରେ ସାମ୍ବାଦିକ ଅତିଥି ଭବନ ପ୍ରତିଷ୍ଠା ଦାବି
ଭୁବନ ୦୬/୦୪/୨୦୨୬ (ଓଡ଼ିଶା ସମାଚାର)-“ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଓଡ଼ିଶା” ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସ୍ଥିତ “ହୋଟେଲ ଆଚିଲସ” ଠାରେ ଅନୁଷ୍ଠିତ ହୋଇଯାଇଛି। ୩୦ ଟି ମଧ୍ୟରୁ ୨୬ ଟି ଜିଲ୍ଲାର ପ୍ରତିନିଧି,ଆୟୋଜକ ଜିଲ୍ଲା ଏବଂ ପଡୋଶୀ ଜିଲ୍ଲାର ୩ ଶହ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇଥିଲେ। ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା କ୍ରମେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ,ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲା ବେଳେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କମଳ କୁମାର ପଣ୍ଡା, ଏନୟୁଜେ ସାଂଗଠନିକ ସମ୍ପାଦକ ଡଃ ଚିନ୍ତାମଣି ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ପାଢ଼ୀ, କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶୀଭୂଷଣ ଷଡ଼ଙ୍ଗୀ,ଉପସଭାପତି ବାସୁଦେବ ତ୍ରିପାଠୀ ଓ ସମରେଶ ମିଶ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏସୟୁଜେ ର ଆନନ୍ଦପୁର ୟୁନିଟ୍ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଆନନ୍ଦପୁର ପ୍ରେସ କ୍ଲବ ର ସମସ୍ତ ସଭ୍ୟ କାର୍ଯ୍ୟକ୍ରମ କୁ ସଫଳତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଭତ୍ତା ଓ ପେନସନ, ସୁରକ୍ଷା ଆଇନ ଏବଂ ରାଜଧାନୀ ରେ ସାମ୍ବାଦିକ ଅତିଥି ଭବନ ପ୍ରତିଷ୍ଠା ପାଇଁ ସଭାରେ ଦାବି କରାଯାଇଥିଲା। ଏହି ଅବସରରେ ଢେ଼ଙ୍କାନାଳ ରୁ ପ୍ରକାଶ ପାଉଥିବା ପାକ୍ଷିକ ପତ୍ରିକା ” ସବୁରିକଥା” ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରାଯାଇଥିଲା ।
