ନ ଥିଲେ ବ୍ରାଣ୍ଡ ଅମ୍ବାସଡର ଦଶନ୍ଧି ଧରି ଥିଲେ ଆମ ପରିବାରର ସଦସ୍ୟ : ଏମଡି
କଟକ, ୨୫/୧୧/୨୦୨୫ (ଓଡ଼ିଶା ସମାଚାର)- ସେ ଥିଲେ ବିଶ୍ବ ପ୍ରସିଦ୍ଧ ବ୍ୟକ୍ତିତ୍ବ। କେବଳ ଭାରତ ନୁହେଁ ବିଶ୍ୱରେ ସେ ଥିଲେ ପରିଚିତ। ଆମଭଳି ଏକ କମ୍ପାନୀକୁ ବିଶ୍ଵଦରବାରରେ ପହଞ୍ଚାଇବାରେ ତାଙ୍କର ରହିଛି ମହତ୍ଵପୂର୍ଣ୍ଣ ଅବଦାନ। ଦୀର୍ଘ ୧୦ ବର୍ଷ ଧରି ଭାରତ ମସଲା କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରି ଆସୁଥିଲେ ଧର୍ମେନ୍ଦ୍ରଜୀ। ତାଙ୍କର ଦେହାନ୍ତ ଖବର ପାଇ ଭାରତ ମସଲା କମ୍ପାନୀର ପ୍ରତ୍ୟେକ ସଦସ୍ୟ ଆଜି ଦୁଃଖରେ ମ୍ରିୟମାଣ।
ଆଜିଠାରୁ ଧର୍ମେନ୍ଦ୍ରଜୀଙ୍କ ସ୍ଵରରେ ଟିଭି ପରଦାରେ ଆଉ ଶୁଭିବନି ଭାରତ ମସଲା”‘ ଦି ଟେଷ୍ଟ ଅଫ ନିଉ ଇଣ୍ଡିଆ ” ବୋଲି ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ଧର୍ମେନ୍ଦ୍ର ଜୀ ଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି କହିଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଭାରତ ମସଲା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା। କେବଳ ସେତିକି ନୁହେଁ ଓଡ଼ିଶା ପ୍ରତି ତାଙ୍କର ଥିଲା ଦୁର୍ବଳତା। କାରଣ ଦୀର୍ଘ ୪୦ ବର୍ଷ ଧରି ସେ କାହାରି ବିଜ୍ଞାପନରେ ନିଜକୁ ସାମିଲ କରି ନ ଥିବା ବେଳେ ଭାରତ ମସଲା ପାଇଁ ୨୦୧୫ ରେ ସେ ସାଜିଥିଲେ ବ୍ରାଣ୍ଡ ଆମ୍ବାସଡର୍ । ବିନା ନିର୍ଦ୍ଦେଶନାରେ କେବଳ ଖଣ୍ଡିଏ କାଗଜ ଲେଖାକୁ ହାତରେ ଧରି ନିଜ ଫାର୍ମ ହାଉସ ରେ ଥିବା ରୋଷେଇ ଘରେ ଚିକେନ୍ ମସଲାର ବାସ୍ନା କୁ ଆଘ୍ରାଣ କରି ସେ ଦେଇଥିଲେ ସର୍ଟ୍।
ତା ପରେ ଭାରତ ମସଲାର ପରିଚିତ ବିଶ୍ୱରେ ଆଉ ପଛକୁ ଫେରିନି। ଏଭଳି ଏକ ମହାନ ଯୁଗ ପୁରୁଷଙ୍କ ବିୟୋଗ ଆମ ପାଇଁ ନିଶ୍ଚୟ ଅପୂରଣୀୟ କ୍ଷତି । ଆତ୍ମାର ସଦ୍ଗତି କାମନା କରିବା ସହ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ଆମ ଭାରତ ମସଲା ପରିବାର। କଟକ ଜିଲ୍ଲା ଅନ୍ତର୍ଗତ ବାରଙ୍ଗ ସ୍ଥିତ ରାମଦାସ ପୁର ଭାରତ ମସଲା କମ୍ପାନୀ ପରିସରରେ ଆୟୋଜିତ ଶୋକସଭାକୁ ଲୋକ ସମ୍ପର୍କ ଅଧିକାରୀ ଆଶିଷ ମନ୍ଥନ ପରିଚାଳନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା ,ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା,ଏସଏନ ମିଲେନିୟମ,ଜିଏମ୍ ଅପରେସନ ଅରୁଣ କୁମାର ନାୟକ, ଜିଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନଙ୍କ ସମେତ ଭାରତ ମସଲା କମ୍ପାନୀର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅମର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।
