ପ୍ରସିଦ୍ଧ ଗିରିଧାରୀ ମଠ ପୋଖରୀ ହୁଡ଼ାରୁ ମାଟି ତାଡିନେଵାକୁ ନେଇ ଅସନ୍ତୋଷ ଦେଖାଦେଇଛି 

କଟକ ସଦର,୦୨/୦୪/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସନ୍ନିକଟ ଯଶପଡା ପଞ୍ଚାୟତ ର ଓଡ଼ପଡ଼ା ଠାରେ ଅବସ୍ଥିତ ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଗିରିକ୍ରୋଟ (ଗିରିଧାରୀ ମଠ) ପରିସରରୁ ଗତ କିଛି ଦିନ ତଳେ ବନ ବିଭାଗର ବିନା ଅନୁମତିରେ ଜନୈକ ବନ କର୍ମଚାରୀ ଙ୍କ ପ୍ରୋତ୍ସାହନ ରେ ଲକ୍ଷାଧିକ ଟଙ୍କାର ସିଧା ଠିଆ ହୋଇଥିବା ଶାଗୁଆନ ଗଛ କଟା ଯାଇଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁଯାୟୀ ବନ ବିଭାଗ ପକ୍ଷରୁ କଟାଯାଇ ଥିବା କାଠ ସବୁକୁ ଜବତ କରାଯାଇ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଏବେ ମଠ ପରିସରରେ ଥିବା ଠାକୁର ଙ୍କ ପ୍ରାଚୀନ ପୋଖରୀ ହୁଡାକୁ ବେଆଇନ ଭାବେ ଖୋଳି ଠିକାଦାରୀ ମୁନାଫା ପାଇଁ ମାଟି ଉଠାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଉକ୍ତ ପ୍ରାଚୀନ ମଠରେ ଗୋଟିଏ ପରେ ଗୋଟିଏ ଵିଵାଦ ମୁଣ୍ଡ ଟେକୁଥିଵାରୁ ଶ୍ରଦ୍ଧାଳୁମାନେ ମ୍ରିୟମାଣ ହୋଇପଡ଼ିଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *