କନ୍ଦରପୁର କୃଷକ ସେଵା ସମବାୟ ସମିତି ରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ 

କଟକ ସଦର,୦୨/୦୪/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର ଅଗ୍ରଣୀ କନ୍ଦରପୁର କୃଷକ ସେଵା ସମବାୟ ସମିତି ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ କରିବାରେ ସଫଳ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ସୁରୁଖୁରୁରେ ୧୯ ହଜାର ୭୨୨ କୁଇଣ୍ଟାଲ ୪୪ କେଜି ଧାନ ସଂଗ୍ରହ କରିଥିବା ଏଵଂ ଏଥିରେ କାହାରି ଜଣେ ହେଲେ ଚାଷୀଙ୍କର ଟୋକନ ବାଦ୍ ପଡିନଥିବା ସମିତି ସଭାପତି ରାଜୀବ କୁମାର ବେଉରା ଓ ସଂପାଦକ ଧିରେନ କୁମାର ଦାଶ କହିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବ ବର୍ଷ ତୁଳନାରେ ଉକ୍ତ ସମିତି ଦୁଇ ହଜାର କୁଇଣ୍ଟାଲ ଅଧିକ ଧାନ ସଂଗ୍ରହ କରିବାରେ ସଫଳ ହୋଇଛି। ସରକାର ଧାନ ସଂଗ୍ରହ ଧାର୍ଯ୍ୟ ସମୟସୀମା କୁ ଆଉ ୭ ଦିନ ବୃଦ୍ଧି କରିଥିବା ବେଳେ କନ୍ଦରପୁର ସମିତି ସମସ୍ତ ଟୋକନ ଶେଷ କରିଥିବା ରୁ ଏଥିରୁ ବାଦ୍ ପଡ଼ିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *