କଟକ ସଦରର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅଣ୍ଟା ଭିଡ଼ିଲେ ସର୍ବଦଳୀୟ ନେତା 

କଟକ ସଦର,୧୫/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଉନ୍ନତିମୂଳକ କାର୍ଯ୍ୟ ସହିତ ଜନସାଧାରଣଙ୍କ ମୈ।ଳିକ ସମସ୍ୟା ଗୁଡ଼ିକୁ ସମାଧାନ ଦିଗରେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏଵଂ ସଦର ଅଞ୍ଚଳର ବରପୁତ୍ର ମାନଙ୍କୁ ପୂଜ୍ୟପୂଜା ର ସମ୍ମାନ ଦେବାପାଇଁ ଅଣ୍ଟା ଭିଡିଛନ୍ତି ସଦରର ସର୍ବଦଳୀୟ ନେତା। ଏହି ପରିପ୍ରେକ୍ଷୀରେ ଆଜି କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତରେ ଥିବା କୋଚିଲେଇ ପୀଠରେ ପୂର୍ବତନ ସରପଂଚ ତଥା ବିଜେପି ନେତା ନିର୍ମଳ ଦାସ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଏକ ସର୍ବଦଳୀୟ ପ୍ରସ୍ତୁତି ବୈଠକରେ ପୂର୍ବତନ ରାଜ୍ୟ ଵିଜେପି ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଛୟତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ, କଂଗ୍ରେସ ନେତା ଉଗ୍ରସେନ ଭୁୟାଁ,ନିମେଇଶାପୁର ସରପଂଚ ଙ୍କ ପ୍ରତିନିଧି ଉମାକାନ୍ତ ରାଉତରାୟ, ପୂର୍ବତନ ସରପଂଚ ତ୍ରିଲୋଚନ ସ୍ବାଇଁ, ପରମହଂସ ସରପଂଚ ଅଶୋକ ପାତ୍ର, ପବିତ୍ର ମିଶ୍ର, ପ୍ରଦୀପ ସାହୁ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ କଟକ ସଦର ବିକାଶ ମଞ୍ଚ ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି ସୁବୋଧ ବେହେରା (ଧୁସା) ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *