କେନ୍ଦ୍ରାପଡା ଜିଲା ସ୍ତରୀୟ ଅଂଶୀଦାର ଦକ୍ଷତା ମୂଲ୍ୟାଙ୍କନ କର୍ମଶାଳା

କେନ୍ଦ୍ରାପଡ଼ା, ୧୦/୦୯/୨୦୨୫(ଓଡ଼ିଶା ସମାଚାର)- ସଂଯୁକ୍ତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଫାଓ) ଏବଂ ଶାନ୍ତା ମେମୋରିଆଲ ରିହାବିଲଷ୍ଟେସନ ସେଂଟର (ଏସ.ଏମ.ଆର.ସି ) ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ବୁଧବାର ଜିଲା ମୁଖ୍ୟ କୃଷି ଅଧିକାରଙ୍କ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ଏସ.ଏମ.ଆର.ସିର କାର୍ଯ୍ୟକାରୀ ଉପସଭାପତି ତଥା ପ୍ରକଳ୍ପ ଉପଦେଷ୍ଟା ପ୍ରଫେସର ଆଶାହଂସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇ.ଓ.ଏମ ପକ୍ଷରୁ ଡାକ୍ତର ନବନିତା ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲା ମୁଖ୍ୟ କୃଷି ଅଧିକାରୀ ସୁରେନ୍ଦ୍ର କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବୈଷୟକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏସ.ଏମ.ଆର.ସିର ଜେଣ୍ଡର ଏକ୍ସପଟ୍ ସ୍ମୃତିମୟୀ ତ୍ରିପାଠୀ ଓ ଚାଇଲ୍ଡ ଏକ୍ସପୋର୍ଟ ପ୍ରଣତି ମିଶ୍ର ପ୍ରସନ୍ନପୁର, ପ୍ରହରାଜ ପୁର ଏବଂ କଜଳପାତିଆରେ ହୋଇଥିବା ସମୂହ ଆଲୋଚନାର ନିଷ୍କର୍ସକୁ ଉପସ୍ଥାପନ କରିଥିଲେ ।

ଏହି ଆଲୋଚନାରେ ନାରୀ,ଶିଶୁ ଓ ଯୁବଗୋଷ୍ଠୀଙ୍କ ଉପରେ ଜଳବାୟୁ ପରିବର୍ତନ, ସ୍ଥାନାନ୍ତରଣ ଓ ଗ୍ରାମୀଣ ଜୀବିକାର ପ୍ରସଙ୍ଗ କେତେ ସମ୍ବେଦନଶୀଳ ସେ ସମ୍ପର୍କରେ ରାଜନଗର ଓ ମହାକାଳପଡ଼ାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଂଚାୟତ ଅଧିକାରୀ ନିଜର ବକ୍ତବ୍ୟ ରଖିଥିଲେ । ଜିଲାର ବିଭିନ୍ନ ବର୍ଗର ପ୍ରତିନିଧିଗଣ ଯୋଗେଦେଇ ଜିଲାର ଦାଦନ ଶ୍ରମିକ ହଟାଇବା, ଗ୍ରାମୀଣ ପରିବେଶରେ ଅର୍ଥନୀତିକୁ ଅଭିବୃଦ୍ଧି, ଶିକ୍ଷାର ଗୁଣାତ୍ମକ ବିକାଶ, ପାନୀୟ ଜଳ, ପରିମଳ ସେବା ବିପର୍ଯ୍ୟସ୍ତ ଆଡକୁ ଅଗ୍ରସର ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା ।

ଏହାର ସମସ୍ୟା ଉପରେ ଜିଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଜିଲା ସଂଯୋଜକ ରବି ନାରାୟଣ ନାୟକ, ପବିତ୍ର କୁମାର ସ୍ୱାଇଁ, ୱାସନର ଜିଲା ସଂଯୋଜକ ଶିତିକଣ୍ଠ ସାମନ୍ତସିଂ, ଆଡ଼ଏଟ ଆକ୍ସନର ଏମଆରସି ସଂଯୋଜିକା ସସ୍ମିତା ଦାସ ଓ ସେବାର ସମ୍ପାଦିକ ଅଳକା ସାହୁ ପ୍ରମୁଖ କାର୍ଯ୍ୟକ୍ରମର ସଂଚାଳନା ସହିତ ସହଯୋଗ କରିଥିଲେ । ଶେଷରେ ଚାଇଲ୍ଡ ଏକ୍ସପୋର୍ଟ ପ୍ରଣତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *