କେନ୍ଦ୍ରାପଡ଼ା, ୦୫/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣପୂର୍ବ କ୍ଷେତ୍ର, ଭୁବନେଶ୍ୱର ଆନୁକୂଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ଦିବସୀୟ ତ୍ରିସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟର କାର୍ଯର୍୍ୟକାରୀ ଅଧ୍ୟକ୍ଷ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଆଧୁନିକ ସମାଜରେ ଭୂତଳ ଜଳ ଜନିତ ସମସ୍ୟା ଓ ତାର ନିରାକରଣରେ ମାନବ ସମାଜର ସହଭାଗିତା” ଉପରେ ମତବ୍ୟକ୍ତ କରିଥିଲେ । ଭୂତଳ ଜଳ ପରିଷଦ ପକ୍ଷରୁ ବରିଷ୍ଠ ବୈ÷ଜ୍ଞାନିକ ପ୍ରହଲ୍ଲାଦ ଦାସ, ମୈାସୁମୀ ସାହୁ, ସଞ୍ଜୟ କୁମାର ନାୟକ, ବିଭୁତିଭୂଷଣ ସାହୁ ପ୍ରମୁଖ ଭୂଜଳର ସ୍ଥିତି, ଗୁଣବା ଏବଂ ମୈାଳିକତା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ “ଆଂଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନାରେ ନାରୀଶକ୍ତିର ସହଭାଗିତା” ଉପରେ ବିଶେଷ ଆଲୋଚନା କରାଯାଇଥିଲା । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୁତତ୍ୱ ବିଭାଗ ମୁଖ୍ୟ ବିରଂଚିନାରାୟଣ ନାଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଭୂତଳ ଜଳ ପରିଷଦର ସର୍ବେକ୍ଷକ ସୁଜ୍ଞାନ କୁମାର ବେହେରା କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ବୈ÷ଜ୍ଞାନିକ ବିଭୁତି ଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।