ଜୁନାଗଡ଼ରେ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତା ସଚେତନତା ରେଲି

ଜୁନାଗଡ଼, ୩୦/୦୩/୨୦୨୬ (ଓଡ଼ିଶା ସମାଚାର /ରାକେଶ ବେମାଲ )-ତାଲୁକ ଆଇନ ସେବା ପ୍ରାଧିକରଣ, ଜୁନାଗଡ଼, କଳାହାଣ୍ଡି ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତା ସମ୍ବନ୍ଧୀୟ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ ରେଲି ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ୍ୟ ତଥା ଜୁନାଗଡ଼ ସିଭିଲ ଜଜ (ଜୁନିଅର ଡିଭିଜନ) ଦିପେନ୍ଦ୍ର ସିଂହ ରାଠୋର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ଏହି ସଚେତନତା ସଭା ଓ ରେଲିରେ ଜୁନାଗଡ଼ ଓକିଲ ସଂଘ ସଭାପତି ହିମାଂଶୁ ଶେଖର ବରାଡ଼, ଉପ-ସଭାପତି ଦିପେନ ସାହୁ, ସମ୍ପାଦକ ରମେଶ ନାୟକ, ବରିଷ୍ଠ ଓକିଲ ଅଶୋକ ପାତ୍ର, ବିଶ୍ୱନାଥ କର ଅନନ୍ତ ବେହେରା, ଧନେଶ୍ୱର ନାଏକ, ପୂ ଏ ପି ପି ଦିଗାମ୍ବର ନାଏକ ଓ ମିଳାପଚନ୍ଦ ଜୈନ ସହ ସରକାରୀ ଓକିଲ ଟଙ୍କଧର ନାଏକ, ଜୁଲିରାଣୀ ନାୟକ, କାଳିନ୍ଦୀ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ଏହାସହ କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଟ୍ଟନାୟକ ଓ ତାଙ୍କ ସହକର୍ମୀମାନେ, ସାଇ ସେବା ସମିତି ତାଳବନ୍ଦ ପଡା ଓ ଜୁନାଗଡ଼ ପକ୍ଷରୁ ରାଜକିଶୋର ସାହୁ,ସୁବାସ ପଣ୍ଡା ଓ ସହକର୍ମୀ, ଜଙ୍ଗଲ ବିଭାଗର ରେଞ୍ଜର ସିମାଞ୍ଚଳ ମିଶ୍ର ଓ  ଷ୍ଟାଫ, ପୋଲିସ ବିଭାଗର ଆଇ.ଆଇ.ସି. ଶେଷଦେବ ବେହେରା, ଏ.ଏସ.ଆଇ. ସ୍ମିତା ମାଝୀ ଓ ଷ୍ଟାଫ, କୁବେର ସମାଜ ସଭାପତି ଉଦ୍ଧବ ସାହୁ, ସାମ୍ବାଦିକ ସଂଘ ଜୁନାଗଡ଼ ସଭାପତି ସନ୍ତୋଷ ସିଂହ ଦେଓ, ସାମ୍ବାଦିକ ନରେନ୍ଦ୍ର କ୍ଷିତି, ଜୁନାଗଡ଼ ଏନ.ଏ.ସି. ପକ୍ଷରୁ କନ୍ଦର୍ପ ଗୁରୁ ସହ ଷ୍ଟାଫ  ପ୍ରମୁଖ  ଅଂଶଗ୍ରହଣ କରିଥିଲେ।

ଜୁନାଗଡ଼ ମାଁ ଲଙ୍କେଶ୍ୱରୀ ମନ୍ଦିର ପରିସରରୁ ଏହି ରେଲି ଆରମ୍ଭ ହୋଇ ନୂଆ ବସଷ୍ଟାଣ୍ଡ ଓ ଡାକ୍ତରଖାନା ମାର୍ଗରେ ସହର ପରିକ୍ରମା କରି ଶେଷରେ ଜୁନାଗଡ଼ ଏନ.ଏ.ସି. କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା। ଅଂଚଳ ର ସଫାଈ ସହ ରେଲି ମାଧ୍ୟମରେ ସାଧାରଣ ଲୋକଙ୍କୁ ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତାର ଗୁରୁତ୍ୱ ସମ୍ପର୍କରେ ସଚେତନତା କରାଯାଇଥିଲା ।

Leave a Reply

Your email address will not be published. Required fields are marked *