ବଡମାଣିତିଆ ଶ୍ରୀଜଗନ୍ନାଥ ମନ୍ଦିର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡ଼ା, ୩୦/୦୩/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅଧିନ ସାନମାଣିତିଆ ପଂଚାୟତର ଜଗନ୍ନାଥ ସେବା ସଂସ୍ଥା, ସାନମାଣିତିଆ ଆନୁକୂଲ୍ୟରେ ବଡମାଣିତିଆ ଶ୍ରୀଜଗନ୍ନାଥ ମନ୍ଦିରର ଦ୍ୱିତୀୟ ପ୍ରତିଷ୍ଠା ଉତ୍ସବ ସୋମବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଜଗନ୍ନାଥ ସେବା ସଂସ୍ଥାର ସଭାପତି ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପ୍ରଫେସର ବୈଷ୍ଣବ ଚରଣ ସାମଲ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉପରେ ବହୁ ମୂଲ୍ୟବାନ ତତ୍ୱଭିତିକ ବକ୍ତବ୍ୟ ରଖିଥିଲେ । କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଶିକ୍ଷାବୀତ ତ୍ରିଲୋଚନ ଜେନା, ବ୍ରହ୍ମାନନ୍ଦ ସାମଲ, ଦେବେନ୍ଦ୍ର ରାଉତ, ପ୍ରହଲ୍ଲାଦ ଦାସ, ଜଗଦାନନ୍ଦ ସ୍ୱାଇଁ, କେଶବ ଚନ୍ଦ୍ର ବିଶ୍ୱାଳ ଓ ପୂର୍ବତନ ଜିଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜଗନ୍ନାଥ ସେବା ସଂସ୍ଥାର ସମ୍ପାଦକ ରବୀନ୍ଦ୍ର କୁମାର ପରିଡା ବଡମାଣିତିଆରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ ସହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଶ୍ରୀକ୍ଷେତ୍ର ପୁରୀର ସୁନାମଧନ୍ୟ ପଣ୍ଡିତ ପଦ୍ମନାଭ ତ୍ରିପାଠୀ(ଶର୍ମା) ଓ ତାଙ୍କର ସହଯୋଗିମାନଙ୍କ ଦ୍ୱାରା ଆଜି ଅଙ୍କୁରାରୋପଣ ଓ ମଣ୍ଡଳକାରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି କଳସଯାତ୍ରା, ଶାଲା ପ୍ରବେଶ, ଦେବତା ଆବାହନ, ଅଗ୍ନିସ୍ଥାପନ,ମା’ବିମଳାଦେବୀଙ୍କ ନୂତନ ମନ୍ଦିର ଅଧିବାସ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *