କଟକ ସଦର, ୨୪/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମିଶନ ଶକ୍ତି ମହିଳା ମାନଙ୍କ ସଭା ପାଇଁ ୧୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା କଟକ ସଦର ବ୍ଲକ୍ ଅନ୍ତର୍ଗତ ସୋମପୁର ପଞ୍ଚାୟତ ମିଶନ ଶକ୍ତି ଘର ଉଦଘାଟନ ହେବାର ୬ ମାସ ପରେ ମଧ୍ୟ ମହିଳା ଗୋଷ୍ଠୀଙ୍କୁ ହସ୍ତାନ୍ତର କରାନଯାଇ ଚାବି ପକାଇ ରଖା ଯାଇଥିବା କାହା ସ୍ୱାର୍ଥରେ ବୋଲି ଅଭିଯୋଗ ହେଉଛି। ସେଥିରେ ଉକ୍ତ ଘରେ ରାତିରେ ଅସାମାଜିକ ମାନଙ୍କ ର ଆଡ୍ଡାସ୍ଥଳୀ ପାଲଟିଥିବା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ଏ ସମ୍ପର୍କରେ ବ୍ଲକ ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ଅବଗତ ଥାଇ ମଧ୍ୟ ନିରବଦ୍ରଷ୍ଟା ସାଜିଵା ନେଇ ଚର୍ଚ୍ଚା ଜୋର ଧରିଛି। ସେଥିରେ ଉକ୍ତ ଘରକୁ ବିଭାଗୀୟ ଠିକାଦାର ଭାବେ ବ୍ଲକ ପ୍ରଶାସନ ନିର୍ମାଣ କରି ସମ୍ପୁର୍ଣ ବିଲ୍ କରି ନେଇଯାଇଥିବା ବେଳେ ଏଵେ ଅନ୍ୟ ଏକ ଯୋଜନାର ଅନୁଦାନରେ ମିଥ୍ୟା ବିଲ୍ କରିବାକୁ ମସୁଧା ଚଳାଇଥିବା ଅଭିଯୋଗ ହେଉଛି। ଏଥିପ୍ରତି ଦୃଷ୍ଟି ଦେଵା ସହିତ ତୁରନ୍ତ ମହିଳା ଗୋଷ୍ଠୀଙ୍କୁ ଘର ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।