ଖରାରେ ସିଝୁଛନ୍ତି ଭୋଟର: ଇଭିଏମ ରେ ତ୍ରୁଟି ଯୋଗୁ ଅସନ୍ତୋଷ

ନିଶ୍ଚିନ୍ତକୋଇଲି, ୨୫/୦୫/୨୦୨୪(ଓଡିଶା ସମାଚାର /ଅଭୟ ଜେନା )-କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନାର୍ଦ୍ଦନ ପୁର ପ୍ରାଥମିକ ବିଦ୍ୟାଳୟ ରେ ହୋଇଥିବା ଭୋଟ ଗ୍ରହଣ କେନ୍ଦ୍ର ରେ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ପୁରୁଷ ଓ ମହିଳା ଭୋଟର ମାନେ ପ୍ରଚଣ୍ଡ ଖରାରେ ବୁଥ ସମ୍ମୁଖରେ ଲାଇନ କରି ଛିଡ଼ାହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଇ ଭି ଏମ ମେସିନ ରେ ତ୍ରୁଟି ଯୋଗୁଏଠାରେ ଭୋଟ ଗ୍ରହଣ ପ୍ରାୟ ଚାଳିଶ ମିନିଟ ବିଳମ୍ବ ହୋଇଥିବା ରୁ ଅସନ୍ତୋଷ ସୃଷ୍ଟି ହୋଇଛି । ତିଲକଣା ଓ ବନ୍ଧୁପୁର ପଞ୍ଚାୟତ ରେ ମଧ୍ୟ ଇ ଭି ଏମ ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି । ଭୋଟର ମାନଙ୍କ ସୁବିଧା ଦୃଷ୍ଟିରୁ ପାଲ ଟାଙ୍ଗି ଛାୟା ପ୍ରଦାନ ଓ ପାନୀୟ ଜଳର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇନଥିବା ରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *