ଭୁବନେଶ୍ୱର,୩୦/୦୩/୨୦୨୬ (ଓଡ଼ିଶା ସମାଚାର)- ଲିଙ୍ଗରାଜଙ୍କ ବାହୁଡ଼ା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରା ଉପଲକ୍ଷେ ରାମେଶ୍ୱର ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱର କୁମାର ୨୦୨୬ ଅନୁଷ୍ଠିତ ହୋଇଥିଲ । ଏଥିରେ ସହିଦ ନଗର ଅପ୍ଟିମସ୍ ଫିଟନେସ୍ ଅନନ୍ତ କୁମାର ନାୟକ ପ୍ରଥମ, ବଉଳଗଡ଼ କ୍ଲବର ପ୍ରଭାକର ମୁଦୁଲି ୨ୟ, ଓ ଅମ୍ଲାନ ଜ୍ୟୋତି ମହାନ୍ତି ୩ୟ ହୋଇଥିଲେ ।
ଏହି ଅବସରରେ ଭଜନ ସମାରୋହ ଓ ଓଡ଼ିଶୀ ନୃତି ବିଭିନ୍ନ ଦିନରେ ପରିବେଷଣ କରାଯାଇଥିଲା । ମନ୍ମଥ କୁମାର ରାଉତରାୟ, କର୍ପୋରେଟର ଶିବ ପ୍ରସାଦ ବେହେରା, ଅନୁଷ୍ଠାନର ସଭାପତି ଅକ୍ଷୟ ଦିକ୍ଷୀତ, ସାଧାରଣ ସମ୍ପାଦକ ଦିପକ କୁମାର ମହାପାତ୍ର, ଉପସଭାପତି ରମେଶ ବାରିକ, ମହେଶ୍ୱର ପଣ୍ଡା, ବାପି କୁମାର ପଣ୍ଡା, ଘନଶ୍ୟାମ ସାହୁ, ସଞ୍ଜୟ ମହାପାତ୍ର, ପ୍ରଫୁଲ୍ଲ ପଣ୍ଡା, ଧିରଜ କୁମାର ମହାପାତ୍ର, ଜିତେନ୍ଦ୍ର ପ୍ରଧାନ, ବାବୁଲି ଦାସ ସମେତ ଓଡ଼ିଶା ବଡିବିଲଡିଂ ଆସୋସିଏସନ୍ ର କର୍ମକର୍ତା ସାମିଲ ହୋଇ ପୁରଷ୍କାର ବିତରଣ କରିଥିଲେ । ତେବେ ରୁକୁଣା ରଥ ଗୋସାଗରେଶ୍ୱର ଛକ ନିକଟରେ ଅଟକିଛି ।
