ଏକାମ୍ର ସଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ୪ର୍ଥ ସନ୍ଧ୍ୟା

ଭୁବନେଶ୍ୱର,୨୯/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚାଲିଥିବା ଶ୍ରୀଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଗୁରୁ ଗଜେନ୍ଦ୍ର ପଣ୍ଡା ଓ ପ୍ରତିଭା ପଣ୍ଡାଙ୍କ ନିର୍ଦେଶନାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭୁବନେଶ୍ୱର ସାଇ ସ୍ମୃତି ନୃତ୍ୟ କଲକେନ୍ଦ୍ର ଓ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣା କରାଯାଇଥିଲା। ପରେ କଟକର ବ୍ଲୁ ଏଣ୍ଡ ବ୍ରାଇଟ ଏକାଡେମୀ ପକ୍ଷରୁ ବିହୁ ନୃତ୍ୟ ପରିବେଷଣ ହୋଇଥିଲା।

ପରେ ପରେ ଶ୍ରୁତି ପାଣିଗ୍ରାହୀ ଓ ଅନମିତା ପାଣିଗ୍ରାହୀ ଶିବ ତାଣ୍ଡବ ପରିବେଷଣ କରିଥିଲେ। ସେହିପରି ଖୋର୍ଦ୍ଧା ପାଇକ ଆଖଡ଼ା ପରିବେଷଣ କରିଥିବା ବେଳେ ଶେଷରେ କେନ୍ଦ୍ରୀୟ ପୂର୍ବାଚଂଳ ସାଂସ୍କୃତିକ ପରିଷଦ ପକ୍ଷରୁ କୋଳକତାରୁ ଆସିଥିବା କଳାକାରଙ୍କ ଦ୍ବାରା ପୂରଲିଆ ଛଉ ମନମୁଗ୍ଧକର ହୋଇଥିଲା । ପ୍ରକାଶନୀର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ତତ୍ୱାବଧାନରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଶାନ୍ତ ଜଗଦେବ, ଉଦଘାଟକ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ,  ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚାଟାର୍ଡ଼ ରାଜୀବ ଲୋଚନ ସାହୁ, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ଡ଼ ଅଶୋକ ପଣ୍ଡା, ବିଶିଷ୍ଟ ଶିଳ୍ପଦ୍ୟୋଗୀ ଅମରେନ୍ଦ୍ର ଦାଶ, ତୁଳସୀ ରାମ ଜଗତ,ଯୋଗ କଳାକାରଙ୍କୁ ସମ୍ମାନିତ କରିଥିଲେ।

ଏଥିରେ କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଡ଼ ଲିଙ୍ଗରାଜ ସାହୁ ଯୋଗଦେଇଥିଲେ। ଏଥିରେ ଅନୁଷ୍ଠାନର କର୍ମକର୍ତ୍ତା ,ନାରାୟଣ ମହାପାତ୍ର, ବାବନ ଚନ୍ଦ୍ର ପଢିହାରୀ, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ରଶ୍ମୀ ମହାପାତ୍ର, ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *