ମାଛ ଧରିବା ପାଇଁ ରାତି ସାରା ସୁକପାଇକା ନଦୀର ପାଣିକୁ ବେଆଇନ୍ ଭାବେ ଖୋଲି ଦେଉଛନ୍ତି ଦୁର୍ବୃତ

ଗରଦପୁର, ୧୯/୧୧/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ସାନ ନୟନପୁର ଠାରେ କିଛି ଦୁର୍ବୃତ ରାତିରେ ସୁକପାଇକା ର ପାଣିକୁ ପାଇକା ମଧ୍ୟକୁ ଗେଟ୍ ଖୋଲି ରାତି ସାରା ମାଛ ଧରୁଛନ୍ତି । ଫଳରେ ସୁକପାଇକା ର ପାଣି ଏବେ ଶୁଖି ଗଲାଣି ।

ଦିନ ସାରା ବନ୍ଦ ରହିଥିବା ଗେଟ୍ ରାତି ସାରା ଖୋଲା

ସୁକପାଇକା ରେ ଅଧିକ ଦିନ ପାଣି ରହିଲେ ସ୍ଥାନୀୟ ଅଂଚଳର ନଳକୂପ ରୁ ଠିକ୍ ଭାବେ ପାଣି ବାହାରିବ, ନେହେଲେ ଖରାଦିନେ ଅଂଚଳର ନଳକୂପରୁ ପାଣି ବାହାରିବ ନାହିଁ ଏବଂ ଶୁଦ୍ଧି କ୍ରିୟା ଆଦି କରିବା ପାଇଁ ପାଣିର ଅଭାବ ଦେଖାଦେବ । ତେଣୁ ସୁକ ପାଇକା ରେ ଅଧିକ ଦିନ ପାଣି ରହିବା ଅଂଚଳର ଜନ ସାଧାରଣ ଚାହାନ୍ତି ।

                    ମାଛ ଧରିବା ପାଇଁ କ୍ୟାମ୍

ହେଲେ ଦିନ ସାରା ବନ୍ଦ ଥିବା ଗେଟ କୁ ରାତି ସାରା ଦୁର୍ବୃତମାନେ ଖୋଲି ମାଛ ଧରିବା ପାଇଁ ସୁକ ପାଇକା ର ପାଣିକୁ ପାଇକା ନଦୀକୁ ପ୍ରବାହିତ କରିଦେଉଛନ୍ତି , ପୁଣି ସକାଳ ହେଲେ ଗେଟ୍ ବନ୍ଦ କରିଦେଉଛନ୍ତି । କେତେଜଣ ଦୁର୍ବୃତ ରାତି ସାରା ମାଛ ମାରି ମାଛ ବିକ୍ରି କରି ମାଲାମାଲ ହେଉଥିବାବେଳେ ଅଂଚଳବାସୀ ଆଗକୁ ଜଳ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଇଛି । ତୁରନ୍ତ ଜଳ ସମ୍ପଦ ବିଭାଗ ଏଭଳି କାର୍ୟ୍ୟକୁ ବନ୍ଦ କରିବା ସହିତ ପୋଲିସ କୁ ଜଣାଇବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

ଭରପୁର ଥିବା ସୁକ ପାଇବା ଏବେ ଶୁଖିଲା

Leave a Reply

Your email address will not be published. Required fields are marked *