ଜୁନାଗଡ଼ ହାଇ ସ୍କୁଲ ର ପୁରାତନ ଛାତ୍ର/ଛାତ୍ରୀ କମିଟି ରାଜ୍ୟ ସ୍ତରରେ ପୁରସ୍କୃତ

ଜୁନାଗଡ଼,୦୧/୦୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ) -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ କମିଟି (ଆଲୁମିନି)  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇ ଥିବାରୁ  ପୁରାତନ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି। ସୂଚନାଯୋଗ୍ୟ ଯେ 5 T ଓ ମୋ ସ୍କୁଲ ଅଭିଯାନ ତରଫରୁ ଓଡ଼ିଶା ସରକାରଙ୍କ ଦ୍ଵାରା ଶିକ୍ଷା କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ଭୁବନେଶ୍ୱର ଷ୍ଟିତ କଳିଙ୍ଗ ଷ୍ଟାଡିୟମରେ ବୁଧବାର ଦିନ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଦାନ କରାଯାଇଛି  ।  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ରାଜ୍ୟ ସ୍ତରୀୟ ବରିଷ୍ଟ ଅଧିକାରୀ ଏହି ପୁରସ୍କାର ପ୍ରଦାନ କରିଥିଲେ।  ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀ ସନ୍ତୋଷ କୁମାର ସିଂହ ଦେଓ ପୁରସ୍କାର ଗ୍ରହଣ କରିଥିଲେ ।    5 T ଅଧକ୍ଷ ଭି.କେ ପାଣ୍ଡିଆନ ଏହି ପୁରସ୍କାର ର ଉଦ୍ଦେଶ୍ୟ ଜଣାଇବା ସହ ମାର୍ଗ ଦର୍ଶନ କରିଥିଲେ।  ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀ ସନ୍ତୋଷ କୁମାର ସିଂହ ଦେଓ ଏବଂ ଏହି ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଓ ଶିକ୍ଷକ /ଶିକ୍ଷୟତ୍ରୀ ବୃନ୍ଦ ଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଏହି ବିଦ୍ୟାଳୟ ର ଆଲୁମିନି କମିଟି ଆଜି ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ଯୋଗୁଁ ଶିକ୍ଷା ପ୍ରେମୀ ଓ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *