ଜୁନାଗଡ଼ ନୂତନ ଥାନାଧିକାରୀଙ୍କୁ ସାମ୍ବାଦିକ ସଂଘର ଶୁଭେଚ୍ଛା

ଜୁନାଗଡ଼,୦୧/୦୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ) -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନାରେ ନୂତନ ଥାନାଧିକାରୀ ଭାବେ ଉଲାସ ଚନ୍ଦ୍ର ରାଉତ ଯୋଗଦାନ କରିଛନ୍ତି। ସାମ୍ବାଦିକ ସଂଘର ସଭାପତି ହିମାଂଶୁ ଶେଖର ବରାଡଙ୍କ ନେତୃତ୍ୱରେ ବରିଷ୍ଟ ସାମ୍ବାଦିକ ନରେନ୍ଦ୍ର ଖିତି, ଖଗେଶ୍ୱର ଧଙ୍ଗଡାମାଝି, ସନ୍ତୋଷ ସିଂଦେଓ, ନଗରପାଳ ମୁକେଶ ଅଗ୍ରୱାଲ, ଆଦିତ୍ୟ ମହାନ୍ତି, ବିଭୂ ପାଢ଼ୀ, ରଜନୀ ମିଶ୍ର, ବ୍ୟୋମ ପୁରୋହିତ, ରବି ସୁନାନୀ, ସୁନିଲ ସିଂହ, ପ୍ରମୁଖ ଉପସ୍ଥିତ ରହି ନୂତନ ଥାନାଧିକାରୀ ଙ୍କୁ ସ୍ଵାଗତ ଜଣାଇବା ସହ ସହର ସମେତ ଅଞ୍ଚଳର ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ଆଲୋଚନା କରାଯାଇଥିଲା। ଜୁନାଗଡ଼ ସହରରେ ସିସିଟିଭି ପ୍ରସଙ୍ଗ ଆଲୋଚନା ହେବାସହ, ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଜୁନାଗଡ଼ ନଗରପାଲ ମୁକେଶ ଅଗ୍ରୱାଲ ପ୍ରତିଶ୍ରୁତି ଦେଇଥିଲେ। ଜୁନାଗଡ଼ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ଯତ୍ନବାନ ହେବ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନୂତନ ଥାନାଧିକାରୀ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *