ନିରାକାରପୁର, ୦୧/୦୨/୨୦୨୪ (ଓଡ଼ିଶା ସମାଚାର)- ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ସଫଳତାର ଶୀର୍ଷ ରେ ପହଞ୍ଚାଇବ ବୋଲି ଖୋର୍ଦ୍ଧା ଜିଲ୍ଲା ଜଂକିଆ ସ୍ଥିତ ରାମକୃଷ୍ଣ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ପାଳନ ଅବସରରେ ଉପସ୍ଥିତ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଡ଼ପୋଖରିଆ ମେଡିକାଲ ଅଫିସର ଡ ପ୍ରିୟରଂଜନ ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ଡ ପୂର୍ଣ୍ଚ ଚନ୍ଦ୍ର ଦାଶ ଓ ସମ୍ମାନୀତ ଅତିଥି ଭାବେ ସରପଂଚ ପଙ୍କଜୀନ ବଳବନ୍ତରାୟ, ସମିତି ସଭ୍ୟ ଈଶ୍ୱର ଚନ୍ଦ୍ର ମାର୍ଥା , ରାମକୃଷ୍ଣ ଶିକ୍ଷା କେନ୍ଦ୍ର ସଭାପତି ବାଞ୍ଛାନିଧି ବେହେରା,ରାମକୃଷ୍ଣ ଶିକ୍ଷା କେନ୍ଦ୍ର ସମ୍ପାଦକ ସର୍ବେଶ୍ଵର ସାହୁ ଓ ଡ ସୁଚିତ୍ରା ପଟ୍ଟନାୟକ, ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରିଥିଲେ। ରାମକୃଷ୍ଣ ଶିକ୍ଷା କେନ୍ଦ୍ର ପ୍ରଧାନ ଆଚାର୍ଯ୍ୟ ସୌରଭ ସ୍ନିଗ୍ଧ ଜେନା ଅତିଥି ପରିଚୟ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ ଓ ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶୁଭେଚ୍ଛୁ ଦିଲ୍ଲୀପ କୁମାର ବେହେରା, ସଞ୍ଜୟ କୁମାର ବେହେରା, ଶିକ୍ଷୟତ୍ରୀ ରଶ୍ମିତା ଚମ୍ପତିରାୟ, କଲ୍ୟାଣୀ ଭୁଜବଳ, ସଂଘମିତ୍ରା ବାରିକ, ହରପ୍ରିୟା ଛୋଟରାୟ, ମିତା ମାର୍ଥା, ଶୋଭାବତୀ ସୁବୁଦ୍ଧି, ପ୍ରଭାସିନୀ ବଳିଆରସିଂହ ଓ ଶିକ୍ଷକ ସର୍ବେଶ୍ଵର ବେହେରା ପ୍ରମୁଖ ସହଯୋଗ କରିଥିଲେ।
ଜଂକିଆ ରାମକୃଷ୍ଣ ଶିକ୍ଷାକେନ୍ଦ୍ର ବାର୍ଷିକ ଉତ୍ସବ
