କେନ୍ଦ୍ରାପଡ଼ା, ୧୯/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ନୂତନ ଜିଲା ଶିକ୍ଷାଧିକାରୀ ଭାବେ ଯୋଗଦେଇଥିବା ପ୍ରଦୀପ କୁମାର ନାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷା କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ରାଜକିଶୋର ଲେଙ୍କା ଶ୍ରୀ ନାଗଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାବ୍ୟତିତ ଜିଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ, କର୍ମଚାରୀ ପ୍ରକାଶ କୁମାର ପଣ୍ଡା, ଚିତରଞ୍ଜନ କବି, ପ୍ରକାଶ କୁମାର ବେହେରା, ପ୍ରିୟରଞ୍ଜନ ବିଶ୍ୱାଳ,ସଞ୍ଜୟ କୁମାର ସାମଲ, ନାରାୟଣ ପ୍ରସାଦ ଲେଙ୍କା, ବିପିନ ଚନ୍ଦ୍ର ବିଶ୍ୱାଳ, କିଶୋର ବଲ୍ଲଭ ସାମଲ, ସନ୍ତୋଷ କୁମାର, ଅମୀୟ କୁମାର ନାୟକ, ଜଗନ୍ନାଥ ସାହୁ, ସୁବାଷ ଚନ୍ଦ୍ର ମହାନ୍ତି, ରାଜକିଶୋର ନାୟକ ପ୍ରମୁଖ ମଧ୍ୟ ଜିଲା ଶିକ୍ଷାଧିକାରୀ ଶ୍ରି ନାଗ୍ ଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଶ୍ରୀ ନାଗ ଏଥିପୂର୍ବରୁ ନବରଙ୍ଗପୁର ଜିଲାର ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।
ନୂତନ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ୍ ଙ୍କୁ ସ୍ୱାଗତ
