ଗ୍ୟାସ ନପାଇ ଖାଉଟି କାଠ ଚୁଲା କୁ ଆପଣେଇଲେଣି    

ରଘୁନାଥପୁର,୨୮/୦୩/୨୦୨୬ (ଓଡ଼ିଶା ସମାଚାର)- ଯୁଦ୍ଧ ପରିସ୍ଥିତି ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ରନ୍ଧନ ଗ୍ୟାସ ବୁକିଂ ସମୟସୀମା ବୃଦ୍ଧି କରିଥିବାରୁ ଖାଉଟି ମାନେ ସମସ୍ୟାରେ ପଡ଼ିଛନ୍ତି । ଖାଉଟି ଆବଶ୍ୟକତା ଅନୁସାରେ ରନ୍ଧନ ଗ୍ୟାସ ପାଉଥିଲେ । ଗ୍ୟାସ ଦର ଅସ୍ୱଭାବିକ ଭାବେ ବୃଦ୍ଧି ପାଇବା ପରେ ସରକାର ଡ଼ିବିଟି ମାଧ୍ୟମରେ ସବସିଡ଼୍ ର ବ୍ୟବସ୍ଥା କରିଥିଲେ । ତେବେ ମାସକୁ ଗୋଟିଏ ସିଲିଣ୍ଡର ଓ ବର୍ଷକୁ ୧୨ ଟି ସିଲିଣ୍ଡର ରିଫିଲିଂ କଲେ ସବସିଡ଼୍ ମିଳୁଥିଲା । ବର୍ତମାନ ସେ ସବସିଡ଼୍ ଖାଲି ନାମକୁ କୁ ମାତ୍ର । ଏକ ପକ୍ଷରେ ରନ୍ଧନ ଗ୍ୟାସ ସିଲିଣ୍ଡର ରିଫିଲିଂ ବର୍ତମାନ ୯୫୦ ଟଙ୍କା ଦେବାକୁ ପଡ଼ୁଥିବାବେଳେ ସହରରେ ୨୫ ଦିନରେ ଗ୍ୟାସ ରିଫିଲିଂ କରିପାରିବେ ଓ ମଫସଲ ଗାଁ ରେ ୪୫ ଦିନ ଅର୍ଥାତ୍ ଦେଢ଼ ମାସ ପରେ ଗ୍ୟାସ ରିଫିଲିଂ କରିପାରିବେ ।

ଏହାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମସ୍ତ ରନ୍ଧନ ଗ୍ୟାସ କମ୍ପାନୀ କ୍ଷେତ୍ରରେ ଲାଗୁ କରାଇଛନ୍ତି । ଏକ ପକ୍ଷରେ ରନ୍ଧନ ଗ୍ୟାସ ଯଥେଷ୍ଟ ପରିମାଣର ଗଛିତ ଥିବା କଥା  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କହୁଥିବାବେଳେ ଗ୍ୟାସ ରିଫିଲିଂ ସୀମା ବୃଦ୍ଧି କରି ଖାଉଟିଙ୍କୁ ହନ୍ତସନ୍ତ କରୁଛନ୍ତି । ଆବଶ୍ୟକତା ଅନୁସାରେ ଗ୍ୟାସ ନପାଇ ବାସ୍ତବରେ ଗ୍ୟାସ ଯଥେଷ୍ଟ ନଥିବା ଖାଉଟି ମାନେ ଉପଲବ୍ଧôକରି ପୂର୍ବ ଭଳି କାଠ ଚୁଲା ଆପଣେଇବା ଦେଖିବାକୁ ମିଳିଲାଣି । ଗୋଟିଏ ସିଲିଣ୍ଡର ନେବାର ୪୫ ଦିନ ପୂର୍ବରୁ ଗ୍ରାମାଂଚଳର ଗ୍ରାହକମାନେ ଆଉ ଗ୍ୟାସ ପାଇଁ ବୁକିଂ କରି ପାରିବେ ନାହିଁ ।

ଖାଉଟିମାନେ ଦୁଇଟି ଲେଖା ଗ୍ୟାସ ସିଲିଣ୍ଡର ନେଇଛନ୍ତି । ସର୍ବଦା ଗୋଟିଏ ସିଲିଣ୍ଡର ଗ୍ୟାସ ରିଫିଲିଂ ହୋଇ ରହିଥାଏ । ଗୋଟିଏ ସିଲିଣ୍ଡର ରୁ ଗ୍ୟାସ ଶେଷ ହେଲେ ମହଯୁଦ ଥିବା ଟଙ୍କି ଟି ଲଗାଇ ଖାଲି ଟାଙ୍କି କୁ ରିଫିଲିଂ କରିବା ପାଇଁ ବୁକିଂ କରିଥାନ୍ତି । ହେଲେ ବର୍ତମାନ ସରକାରଙ୍କ ୪୫ ଦିନ ସମୟ ମଧ୍ୟରେ ଗ୍ୟାସ ରିଫିଲିଂ କରିହେବ ନାହିଁ । ତେଣୁ ଦୁଇଟି ଯାକ ଟାଙ୍କି ଖାଲି ରହିବ । ଗ୍ୟାସ ନମିଳିଲେ ଉପବାସ ରହିବେ କି କାଠ ଚୂଲିକୁ ଆପଣେଇବେ ତାହା ବିଚାର ଯୋଗ୍ୟ ।

ଛୋଟ ପରିବାର ଅର୍ଥାତ୍ ମାତ୍ର ୨ ଜଣଙ୍କ ପାଇଁ ଦେଢ଼ମାସ ବା ୪୫ ଦିନ ଗୋଟିଏ ଗ୍ୟାସ ଟାଙ୍କି ଯାଇପାରେ ହେଲେ ଦୁଇ ଜଣ ରୁ ଅଧିକ ପରିବାର କ୍ଷେତ୍ରରେ ଗ୍ୟାସ ସରିଯିବା ପରେ ପୁଣି ଗ୍ୟାସ ମିଳିବା ପର୍ଯ୍ୟନ୍ତ କାଠ ଚୂଲି ରେ ରୋଷେଇ କରିବା ଛଡ଼ା ଅନ୍ୟ ବାଟ ନାହିଁ । ଏହା ତ ଗଲା ଘରୋଇ ଗ୍ୟାସ କଥା । କମର୍ସିଆଲ ଗ୍ୟାସ କଥା ଆହୁରୀ ଅଧିକ । ହୋଟେଲ , ଜଳଖିଆ ଦୋକାନ ମାନେ ମାସକୁ ଗୋଟିଏ କି ଦୁଇଟି ନୁହେଁ, ସେମାନଙ୍କର ପ୍ରାୟ ପ୍ରତି ଦୁଇ ତିନି ଦିନରେ ୨/୩ ଟି ଟାଙ୍କି ନିହାତି ଦରକାର । ଜଳଖିଆ, ଖାଇବା ମିଲ୍ , ମିଷ୍ଠାନ୍ନ ତିଆରି କରିବା ପାଇଁ ଦିନକୁ ଏକାଧିକ ଟାଙ୍କିର ଆବଶ୍ୟକତା ରହିଛି । ହେଲେ ଗ୍ୟାସ ନମିଳିବାରୁ ଏବେ କାଠ ଚୂଲି/ କୋଇଲା ଚୂଲି ଆପଣେଇଲେଣି । ହେଲେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କହୁଛନ୍ତି ଯଥେଷ୍ଟ ପରିମାଣର ଗ୍ୟାସ ମହଯୁଦ ଅଛି । ସରକାର ଟିକ୍ୟେ କାର୍ଯ୍ୟାଳୟ ଛାଡ଼ି ବଜାର ଘାଟକୁ / ଗ୍ରାମାଂଚଳର ବଜାରକୁ ଆସି ଦେଖନ୍ତୁ ।

ହୋଟେଲ ଓ ଜଳଖିଆ ଦୋକାନ ମାନେ କେଉଁଥିରେ ରୋଷେଇ କରୁଛନ୍ତି  ନିଯେ ସ୍ୱଚକ୍ଷୁରେ ଦେଖନ୍ତୁ । କାଠ ଚୂଲା ବା କୋଇଲା ଆଂଚ ଚୂଲାରେ ଜଳଖିଆ, ମିଲ୍ ଓ ମିଷ୍ଠାନ୍ନ ତିଆରି ହେଉଥିବାରୁ ହୋଟେଲ ବା ଜଳଖିଆ ଦୋକାନ ଭିତରେ ଧୂଆଁ ଗ୍ରାହକଙ୍କ ଆଖି, ନାକରେ ପସି ଅବସ୍ଥା ଯାହା କରୁଛି , ତାହା ସ୍ୱଚକ୍ଷୁରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ମହାନଦୀ ଚିତ୍ରୋପôଳା ଦୀପାଂଚଳରେ ମହମ୍ମଦପୁର ପଂଚାୟତର ବିଲହାଟ ଟି  ଅଂଚଳର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର । ଏହି ବିଲହାଟକୁ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ଲୋକମାନେ ଦୈନନ୍ଦିନ ଆସିଥାନ୍ତି । ଏହି ପ୍ରମୁଖ ବ୍ୟବସାୟ କେନ୍ଦ୍ର ବିଲହାଟରେ ଏକ ଭାରତ ଗ୍ୟାସ ର ଏଜେନ୍ସି ମଧ୍ୟ ରହିଛି । ହେଲେ ଗ୍ୟାସ ନମିଳିବାରୁ ବିଲହାଟର ଜଳଖିଆ ଦୋକାନ ଓ ହୋଟେଲ ମାନଙ୍କରେ ଦୋକାନ ବାହାରେ କାଠ ଚୂଲା କିମ୍ବା କୋଇଲା ଚୂଲା ଲଗେଇ ଜଳଖିଆ, ମିଷ୍ଠାନ୍ନ ଓ ଖାଇବା ମିଲ ଆଦି ପ୍ରସ୍ତୁତ କରୁଥିବା ଦେଖାଯାଉଛି । କେତେକ ଜଳଖିଆ ଦୋକାନ ଓ ହେଟେଲ ଗ୍ୟାସ ନପାଇ ବନ୍ଦ ହୋଇ ଗଲାଣି ।  କାଠ ଚୂଲା କିମ୍ବା କୋଇଲା ଚୂଲା ରୁ ଧୂଆଁ ଗ୍ରାହକଙ୍କ ଆଖି, କାନ , ନାକ ରେ ପସି ଯାହା ଅବସ୍ଥା କରୁଛି, ସେଥିରେ ଖାଇବେ କଣ । ଆଖିରୁ ଲୁହ ଗଡ଼ାଇ ଗଡ଼ାଇ ଚାଲି ଯିବାକୁ ବାଧ୍ୟ ହେଉଛନ୍ତି । ଏଭଳି ପରିସ୍ଥିତିରେ ଗ୍ୟାସ ରିଫିଲିଂ ସମୟ ସୀମା ପରିବର୍ତନ କରି ଘରୋଇ ଗ୍ରାହକମାନଙ୍କୁ ଅନ୍ତତଃ ମାସରେ (୩୦ ଦିନରେ) ଓ କମର୍ସିଆଲ କୁ ଆବଶ୍ୟକତା ଅନୁସାରେ ଦୋକାନ / ହୋଟେଲ ର କାପାସିଟି ଦେଖି ରିଫିଲିଂ ପାଇଁ ନିୟମ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *