ଟିପିସିଓଡିଏଲ ର ଶୋଷଣ ପ୍ରତିବାଦରେ ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ସଫଳ

ଢେଙ୍କାନାଳ, ୧୭/୧୧/୨୦୨୫ (ଓଡ଼ିଶା ସମାଚାର)-   ଟିପିସିଓଡିଏଲର ଶୋଷଣ ପ୍ରତିବାଦରେ ଢେଙ୍କାନାଳ ଜିଲା ବିଦୁ୍ୟତ ଉପଭୋକ୍ତା କି୍ରୟାନୁଷ୍ଠାନ କମିଟି ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ  ଆବାହକତ୍ୱରେ ସୋମବାର ଦିନ ଢେଙ୍କାନାଳ ଜିଲାରେ ୧୨ଘଣ୍ଟିଆ ବନ୍ଦ (ସକାଳ ୬ରୁ ସଦ୍ଧ୍ୟା ୬ଟା ଯାଏ) ଡାକରା ଦିଆଯାଇଥିଲା । ଏଥିପାଇଁ ସୋମବାର ସକାଳ ୬ ଘଟିକା ସମୟରେ ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଢେଙ୍କାନାଳ ରେଳ ଷ୍ଟେସନ ଠାରେ ରେଳ ରୋକ କରାଯାଇଥିଲା । ପରେ  ୫୫ ନମ୍ବର ଜାତୀୟ ରାଜପଥର କୋରିହାଁ ବାଇପାସ, କଣ୍ଟାନାଳୀ ବାଇପାସ, ମହିସାପାଟଏବଂ କଲେଜ ବାଇପାସ ଠାରେ  ଆନେ୍ଦାଳନକାରୀମାନେ ଯାନବାହାନ ଅଟାକଇଥିଲେ ।

ଯାହାଫଳରେ ସେହି ସ୍ଥାନମାନଙ୍କରେ ଶହ ଶହ ଯାନ ବାହନ ଅଟକି ରହିଥିଲା । ସେହିପରି ସହର ମଧ୍ୟରେ ଔଷଧ ଦୋକନ ଗୁଡିକ ଛଡା ଅନ୍ୟ ସମସ୍ତ ଦୋକାନ ବଜାର ସ୍ୱତଃ ପ୍ରବୃତ ଭାବେ ବନ୍ଦ ରହିଛି । ସରକାରୀ , ବେସରକାରୀ କାର୍ଯ୍ୟାଳୟ , ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ବ୍ୟାଙ୍କ , ପୋଷ୍ଟ ଅଫିସ ଇତ୍ୟାଦି ବନ୍ଦ ରହିଥିଲା । ଏପରିକି ସହର ମଧ୍ୟରେ ଯାନବାହାନ ଚଳାଚଳ ହେଉନଥିବାରୁ ବିଭିନ୍ନ ସାହିର ପିଲାମାନେ ସହରର ମୁଖ୍ୟ ରସ୍ତା ଉପରେ କି୍ରକେଟ , ବ୍ୟାଡମିଟ୍ନ ଇତ୍ୟାଦି ଖେଳ ଖେଳୁଥିବାର ଦେଖିବାକୁ ମିଳିଥିଲା ।

ପରେ ଦିନ ୧୧ଟା ବେଳକୁ ସିଭିଲ କୋର୍ଟ ନିକଟରୁ ଜିଲା ଓକିଲ ସଂଘ ସଭାପତି ବିଦୁ୍ୟତ ଉପଭୋକ୍ତା କି୍ରୟାନୁଷ୍ଠାନ କମିଟର ଆବହକ ଗୋପାଳ ଚନ୍ଦ୍ର ପାତ୍ରଙ୍କ ଆହ୍ୱାନରେ ଓକିଲ ସଂଘର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା, ଢେଙ୍କାନାଳ ଜିଲା ସମ୍ବାଦିକ ସଂଘ, ବ୍ୟବସାୟୀ ଓ ବଣିକ ସଂଘ, ବିଜେଡି , କଂଗ୍ରେସ ଦଳ ସହିତ ବିଭିନ୍ନ ରାଜନୈତିକ  ଦଳର କର୍ମକର୍ତ୍ତା ଓ ନେତୃମଣ୍ଡଳୀ, ବସ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ଅଟୋ ମାଲିକ ସଂଘ, ବିଭିନ୍ନ ପୁଜା କମିଟି ଓ ଶିକ୍ଷାନୁଷ୍ଠାନର ସଦସ୍ୟମାନେ ଏକାଠି ହୋଇ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଳାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ସେଠାରେ ଟାଟା କମ୍ପାନୀ କିଭଲି ବିଦୁ୍ୟତ ଉପଭୋକ୍ତା ମାନଙ୍କ ଘରେ ପସି ଯୋରଜବରଦସ୍ତ ସ୍ମାର୍ଟ ମିଟର ବସାଇବା ,ମନ ଇଛା ଫାଇନ ଆଦାୟ କରିବା, ଓ ଅଘୋଷିତ  ବିଦୁ୍ୟତ କାଟ କରିବା ଇତ୍ୟାଦି ଉପରେ ବର୍ଷିଥିଲେ ।

ଏହି ବନ୍ଦ ଡାକରାରେ ଜିଲାର ବିଭିନ୍ନ ବ୍ଲକ ସମେତ ଜିଲାର ସମସ୍ତ ସହର ବଜାର ଉପରେ ପ୍ରଭାବ ପଡିଥିଲା ଓ ସେସବୁ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିଲା । ଏହି ବନ୍ଦରେ ଢେଙ୍କାନାଳ ଲୋକସଭାର ପୁର୍ବତନ ସାଂସଦ ମହେଶ ସାହୁ ଢେଙ୍କା ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ବିଜେଡି ଜିଲା କାର୍ଯ୍ୟାକରୀ ସଭାପତି ସନ୍ଦୀପ ଷଡଙ୍ଗୀ. ବିଜେଡି ଜିଲା ମହିଳା ସଭାପତି ସାଗରିକା ମିଶ୍ର, ବିଜେଡି ମହିଳା ସାଧାରଣ ସମ୍ପାଦକ ତିଲୋତ୍ତମା  ଚୌଧୁରୀ, ବିଜେଡିର ସମସ୍ତ କାଉନସିଲର, ବିଜେଡି  ମହିଳା ନଗର ସଭାପତି ଶୁଭଲକ୍ଷ୍ମୀ ସାହୁ , ଟ୍ରକ ମାଲିକ ସଂଘ ରୁଦ୍ରାନ୍ତ ଦଳେଇ, କଂଗ୍ରେସ ଜିଲା ସଭାପତି ଛବିରାଜ ବିଶ୍ୱାଳ, ଜିଲା କଂଗ୍ରେସ ପୁର୍ବତନ ସଭାପତି ସୁନୀଲ ଦାଶ, ଆଦିତ୍ୟ ମହାପାତ୍ର , ବିପ୍ରବର ସାହୁ, ଓକିଲ ସଂଘର ବହୁ ସଦସ୍ୟ ଓ ସଦସ୍ୟା, ସମ୍ବାଦିକ ସଂଘର ରତନ ନାୟାର , ଦେବାଶିଷ ମିଶ୍ର, ବିନୋଦ କୁମାର ମହାନ୍ତି , ଅମ୍ବିକା ପ୍ରସାଦ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ସାହୁ, ଅରବିନ୍ଦ ସାହୁ ପ୍ରମୁଖଙ୍କ ସହ ହଜାର ହଜାର ଜନସାଧାରଣ ଏହି ବନ୍ଦ ପାଳନରେ ସହେଯାଗ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।

Leave a Reply

Your email address will not be published. Required fields are marked *