କ୍ଷତ୍ରିୟ-ଖଣ୍ଡାୟତ ମହାସଂଘ ପକ୍ଷରୁ ଓଡ଼ିଆ ନବବର୍ଷ

କେନ୍ଦ୍ରାପଡ଼ା,୧୫/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ତରଫରୁ ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଦୃଷ୍ଟିବାଧିତ ଭିନ୍ନକ୍ଷମ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଫଳ ଓ ଖାଦ୍ୟ ବଂଟନ କରାଯାଇଥିଲା । ପରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ପବିତ୍ର ରଥ ଦାଣ୍ଡରେ ଭକ୍ତମାନଙ୍କୁ ଦହି ପଣା ବଂଟନ କରାଯାଇ ଥିଲା ।

ଏହି କାଯ୍ୟକ୍ରମରେ ସଭାପତି ଶରତ କୁମାର ବେହୁରା, ସାଧାରଣ ସଂପାଦକ ସୁମନ୍ତ କୁମାର ରାଉତ, କାଯ୍ୟକାରୀ ସଭାପତି ଗୋଲକ ଚନ୍ଦ୍ର ପଢିଆରୀ, ସଂଯୋଜକ ଚନ୍ଦନ ପରିଡ଼ା, ଡକ୍ଟର ଚୈତନ୍ୟ ଚରଣ ପରିଡ଼ା, ଭାଗିରଥି ଜେନା, ରଣେନ୍ଦ୍ର କୁମାର ସାଇଁ, ତରୁଣ ରଞ୍ଜନ ପ୍ରଧାନ, ଶାନ୍ତି ସୂରୁପ ଭୂୟାଁ, ରଶ୍ମିରଞ୍ଜନ ରାଉତ, ଜ୍ୟୋତିରଞ୍ଜନ ସାଇଁ, ସଂଗ୍ରାମ ଜେନା, ମଳୟ ରାଉତ, ଧୁନକିଶୋର ନାୟକ, ରଞ୍ଜନ ନାୟକ, ସରୋଜ ପରିଡ଼ା, ରଘୁନାଥ ସାଇଁ, ଗୋଲେଖ ପରିଡ଼ା, ରାଜକିଶୋର ମହାନ୍ତି, କ୍ଷିରୋଦ ମେକାପ, ଅକ୍ଷୟ କୁମାର ମେକାପ, ପ୍ରଭାତ କୁମାର ସାଇଁ, ଚିତସେନ ଖୁଂଟିଆ, ଭାଗିରଥି ଭୋଳ ପ୍ରମୁଖ କର୍ମକର୍ତା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *