ନିଶ୍ଚିନ୍ତକୋଇଲି,୨୮/୦୩/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) ଆଜିପୂର୍ବାହ୍ନ ୧୦ଟା ୩୦ ମିନିଟ ରେ କଟକ ଜିଲ୍ଲା ନେମାଳ ଥାନା ଅଧୀନସ୍ଥ ଜନାର୍ଦ୍ଦନପୁର ଗ୍ରାମର ବଟ କୃଷ୍ଣ ବାରିକଙ୍କ ଗୁହାଳ ଘରେ ଆକସ୍ମିକ ଭାବେ ନିଆଁ ଲାଗିଯିବାରୁ ଗୋଟିଏ ଆଠଦିନର ବାଛୁରୀ ଜଳିଯାଇ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଏକ ଗାଈ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ରହିଛି । ଗୃହ ମାଲିକ ବଟ ବାରିକ ଗାଈ ବାଛୁରୀ ଙ୍କୁ ଉଦ୍ଧାର କରିବାକୁ ଯାଇ ନିଆଁ ରେ ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି ।


ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତର ଖାନା କୁ ପଠା ଯାଇଛି । ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପଶୁ ଚିକିତ୍ସାଳୟ ର ଚିକିତ୍ସାଧିକାରୀ ଟିମ୍ ସହିତ ପହଂଚି ଆହତ ଗାଈର ଚିକିତ୍ସା କରିବା ସହ ମୃତ ବାଛୁରୀ ର ବ୍ୟବଛେଦ କରିଛନ୍ତି । କଳମିଶ୍ରି ସର୍କଲ ଆର ଆଇ ପହଂଚି କ୍ଷୟକ୍ଷତି ର ତଦନ୍ତ କରିଛନ୍ତି । ଏହି ଘଟଣା ରେ କ୍ଷତିଗ୍ରସ୍ତ ଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ସାଧାରଣ ରେ ଦାବି ହେଉଛି । ଖବର ପାଇ ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ସଭାପତି ରତ୍ନାକର ବାରିକ ଘଟଣା ସ୍ଥଳରେ ପହଁଚି ସମବେଦନା ଜଣାଇବା ସହିତ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।
