ହୋଟେଲ ମଧ୍ୟକୁ ମାଡିଗଲା ଟ୍ରକ , ଜଣେ ମୃତ

                                         ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ସାଲେପୁର,୦୭/୦୬/୨୦୨୫ (ଓଡ଼ିଶା ସମାଚାର /ଅଭୟ ଜେନା ) – କଟକ-ଚାନ୍ଦବାଲି ରାସ୍ତାର ଶିଶୁଆ ବଜାରସ୍ଥିତ ସିଦ୍ଧି ନାମକ ହୋଟେଲ ଉପରକୁ ଏକ ୧୮ଚକିଆ ଟ୍ରକ ମଡ଼ିଯିବାରୁ ଜଣେ ହୋଟେଇ କର୍ମଚାରୀଙ୍କ ର ମୃତ୍ୟୁ ଘଟିଛି। ଗୋଟିଏ ବାଇକ୍ ନଷ୍ଟ ହୋଇଥିବା ବେଳେ ହୋଟେଲ୍ର ର ବ୍ୟାପକ କ୍ଷତି ହୋଇଛି ।
ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ଓଡି୦୪-କେ-୫୫୧୭ ନମ୍ବର ଟ୍ରକ କଟକ ରୁ କେନ୍ଦ୍ରାପଡ଼ା ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା । ଟ୍ରକ ଟି ଭାରସାମ୍ୟ ହରାଇ ହୋଟେଲକୁ ମାଡ଼ିଯିବାରୁ ହେଟେଲ୍ ର କର୍ମଚାରୀ ଆଠଗଡ଼ ଅଞ୍ଚଳର ମନୋଜ,ଟ୍ରକ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳ ରେ ମନୋଜର ମୃତ୍ୟୁ ଘଟିଥିଲା ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲାର । ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଟ୍ରକ କୁ ଜବତ କରିବା ସହିତ ଡ୍ରାଇଭର କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିବା ସହ ରାସ୍ତାରୋକ ହୋଇଥିବାରୁ ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି ।

Leave a Reply

Your email address will not be published. Required fields are marked *