ଆଇସିଏମଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଇନକମ୍ ଟାକ୍ସ-୨୦୨୫ ସମ୍ପର୍କୀତ ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର,୨୭/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଇନଷ୍ଟିଚୁ୍ୟଟ୍ ଅଫ କଷ୍ଟ ଆକାଉଣ୍ଟାଣ୍ଟ୍ସ୍ ଅଫ୍ ଇଣ୍ଡିଆ (ଆଇସିଏମ୍ଏଆଇ) ଏବଂ ଟ୍ୟାକ୍ସ ରିସର୍ଚ ଡିପାର୍ଟମେଣ୍ଟର ମିଳିତ ସହଯୋଗରେ ନୂତନ ଆୟକର ଆଇନ-୨୦୨୫ ସମ୍ପର୍କୀତ ଏକ ଆଉଟରିଚ୍ କାର୍ଯ୍ୟକ୍ରମ ସିଏମଏ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଡିରେକ୍ଟରଟ୍ ଅଫ୍ ଟ୍ରେନିଂ ସହଯୋଗରେ ଡାଇରେକ୍ଟ ଟ୍ୟାକ୍ସେସନ କମିଟି ଓ ଇନକମ୍ ଟ୍ୟାକ୍ସ ଆକ୍ଟ-୨୦୨୫ ଟାକ୍ସଫୋର୍ସଙ୍କ ମାର୍ଗଦର୍ଶନରେ ଟିଆରଡି ଦ୍ୱାରା ପରିଚାଳିତ ଦେଶବ୍ୟାପୀ ପଦକ୍ଷେପର ଏକ ଅଂଶ ଥିଲା ।

ମୁଖ୍ୟ ଅତିଥି ଭାବେ ନାଲକୋର ଅର୍ଥ ନିର୍ଦେଶକ ସିଏମଏ ଅଭୟ କୁମାର ବେହୁରିଆ, ସ୍ୱତନ୍ତ୍ର ଅତିଥି ଭାବେ ସରୋଜ ମହାପାତ୍ର (IRS), ପ୍ରିନ୍ସିପାଲ କମିଶନର ଅଫ୍ ଇନକମ୍ ଟ୍ୟାକ୍ସ, ସିଏମଏ ଶ୍ରୀକାନ୍ତ କୁମାର ସାହୁ, ଅର୍ଥ ନିର୍ଦେଶକ (OPTCL), ସିଏମଏ ଗଗନ ବିହାରୀ ସ୍ୱାଇଁ, ଅର୍ଥ ନର୍ଦେଶକ (OPTCL), ସିଏମଏ କ୍ଷୀରୋଦ ଚନ୍ଦ୍ର ନନ୍ଦ, ଅର୍ଥ ନିର୍ଦେଶକ (GRIDCO LTD), ଆଇସିଏମ୍ଏଆଇର ପୂର୍ବତନ ସଭାପତି ସିଏମ୍ଏ ବିଭୁତି ଭୂଷଣ ନାୟକ ଏବଂ ଇଆଇଆରସିର ଅଧ୍ୟକ୍ଷ ସିଏମଏ ଆରତି ଗାଙ୍ଗୁଲୀ, ଉପାଧ୍ୟକ୍ଷ ଦାମୋଦର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ଏବଂ ଅଭିଭାଷଣ ରଖିଥିଲେ । ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ସିଏମଏ ଶରତ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ସିଏମଏ ସୁଧାଂଶୁ କୁମାର ସାହୁ ଓ ଅବିନାଶ କୋଟନି ଏହି ଟେକ୍ନିକାଲ ସେସନ୍ ର ପରିଚାଳନା କରିବା ସହ ନୂତନ ଆୟକର ଆଇନ୍ ୨୦୨୫ର ବ୍ୟବସ୍ଥା ଓ ପ୍ରଭାବ ବିଷୟରେ ଗଭୀର ଅନ୍ତର୍ଦୁଷ୍ଟି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପ୍ରଫେସନାଲ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ହିତାଧିକାରୀ ଯୋଗ ଦେଇଥିଲେ ।

ପରିଶେଷରେ ଭୁବନେଶ୍ୱର ଚାପ୍ଟରର ସେକ୍ରେଟାରୀ ସିଏମଏ ସୌମ୍ୟ ରଞ୍ଜନ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସିଏମଏ ବରଦା ପ୍ରସନ ନାୟକ ଏବଂ ସିଏମଏ ରମେଶ ଚନ୍ଦ୍ର ପାତ୍ର ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *