ଭୁବନ ରେ ଶ୍ରୀରାମ ନବମୀ ପାଳିତ

ଜୟ ଶ୍ରୀରାମ ନାରାବାଜି ରେ କମ୍ପିଲା ସହର

ଭୁବନ,୨୭/୦୩/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନରେ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଙ୍କ ଜୟନ୍ତୀ (ରାମ ନବମୀ) ମହାସମାରୋହରେ ପାଳିତ ହୋଇଯାଇଛି। ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ରେ ଥିବା ଶ୍ରୀରାମ ମନ୍ଦିର ରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଙ୍କ ନବମୀ ପୂଜା ( ଜନ୍ମୋତ୍ସବ) ଶ୍ରଦ୍ଧା ଭକ୍ତି ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଯାଇଛି।

ପ୍ରାତଃ ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମାନସିକ ବ୍ରତ ଧାରି ମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଠିଆ ହୋଇ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ଶ୍ରୀରାମ ନବମୀ ସମିତି ଆନୁକୂଲ୍ୟରେ ଆୟୋଜିତ ଶୋଭାଯାତ୍ରାରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା,ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବଜରଙ୍ଗ ଦଳ,ଆର ଏସ ଏସ ,ବିଶ୍ବହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ରାମ ମନ୍ଦିର ପରିସରରୁ ବାହାରି ସହର ପରିକ୍ରମା କରିଥିଲେ । ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶ ଧାରୀ ଶିଶୁ ମାନେ ମୁଖ୍ୟ ଆକର୍ଷଣ ସାଜିଥିଲେ । ବାଜା, ବାଣ, ମହିଳା ସଂକୀର୍ତ୍ତନ ଓ ଡିଜେ ମ୍ୟୁଜିକ ସାଙ୍ଗକୁ ଜୟ ଶ୍ରୀରାମ ନାରାବାଜି ରେ ସହର କମ୍ପିଥିଲା।

 

Leave a Reply

Your email address will not be published. Required fields are marked *