ବାରଙ୍ଗ,୨୭/୦୩/୨୦୨୬ (ଓଡ଼ିଶା ସମାଚାର)- ବାରଙ୍ଗର ପ୍ରାଚୀନ କନକଦୁର୍ଗା ମଦିର ପରିସରରେ ବାରଙ୍ଗ, ଚନ୍ଦକା, ପଟିଆ ଅଞ୍ଚଳର ବରିଷ୍ଠ ମୁରବୀ ସମାଜସେବୀ ତଥା ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସ୍ବର୍ଗତ ଭାଗବତ ପାତ୍ର ଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ଭାଗବତ ପାତ୍ର ସ୍ମୃତି କମିଟି ଆନୁକୂଲ୍ୟରେ ପାଳନ କରାଯାଇଛି। ସୀତାରାମ ବଜାର ନିକଟରେ ଭାଗବତ ପାତ୍ରଙ୍କ ପ୍ରତିମୂର୍ତ୍ତି ରେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ,ସ୍ମୃତି କମିଟି ସଭାପତି ଅନ୍ତର୍ଯ୍ୟାମୀ କୁଅଁର ୪୮ ମଣ୍ଡଳ ପୂର୍ବତନ ମହନ୍ତ ଡାକ୍ତର କିଶୋର ଚନ୍ଦ୍ର ପାଣି, ସମ୍ପାଦକ ପୁର୍ଣଚନ୍ଦ୍ର ବେଉରା, ଶ୍ରୀବନ୍ତପୁର ସରପଞ୍ଚ ସଞ୍ଜୟ ପାଣି, ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ ବତିଶ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ତୁଷାର କାନ୍ତ ଚକ୍ରବର୍ତ୍ତୀ, ପୂର୍ବତନ ସମିତି ସଭ୍ୟ ବାବୁଲି ସ୍ବାଇଁ,ଅମରେନ୍ଦ୍ର ମହାପାତ୍ର, ପ୍ରମୁଖ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟ ରେ ସ୍ମୃତି କମିଟି ଉପସଭାପତି ସୁନୀଲ ସିଂହ ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ଚାରଣ ସଭା ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଯୋଗ ଦେଇ ସ୍ବର୍ଗତ ପାତ୍ରଙ୍କ ସହ ଥିବା ତାଙ୍କର ଘନିଷ୍ଠତା ଅତୀତର ଅନେକ ଘଟଣାବଳୀ ଓ ଅଂଚଳ ପାଇଁ ତାଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରି ଥିଲେ।
ମୁଖ୍ୟବକ୍ତା ଭାବେ ମାହାଙ୍ଗା ବିଧାୟକ ସାରଦା ପ୍ରସନ ପ୍ରଧାନ ସ୍ବର୍ଗତ ପାତ୍ର ଗଡଜାତ ଆନ୍ଦୋଳନ ସହ ସଂଶ୍ଲିଷ୍ଟ ଥିଲେ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ କଟକସଦର ବିଧାୟକ ଇଞ୍ଜିନିଅର ପ୍ରକାଶ ସେଠି, ଓଡ଼ିଆ ସିନେ ତାରକା ଅରିନ୍ଦମ ରାୟ, ଆଠଗଡ଼ ବିଜେପି ଯୁବନେତା ଅଭୟ ବାରିକ,ସରସ୍ବତୀ ଗ୍ରୁପ ର ଅଧ୍ୟକ୍ଷ ଶିକ୍ଷାବିତ ଦେବଦତ୍ତ ସ୍ବାଇଁ, ଭୁବନେଶ୍ୱର ବ୍ଳକ ପୂର୍ବତନ ଅଧ୍ୟକ୍ଷ ଦୁଃଶାସନ ସ୍ବାଇଁ, ଅନ୍ଧାରୁଆ ପଂଚାୟତ ପୂର୍ବତନ ସରପଞ୍ଚ ନଗେନ ସିଂହ,ଶାନ୍ତି କମିଟି ସମ୍ପାଦକ ସୁରେଶ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ବର୍ଗତ ପାତ୍ର ଙ୍କ ସ୍ମୃତି ଚାରଣ କରିଥିଲେ.।

ତାଙ୍କର ସୁପୁତ୍ର ତଥା ସମ୍ପାଦକ ହୈମବତୀ ନନ୍ଦନ ଚକ୍ରବର୍ତ୍ତୀ ବାର୍ଷିକ ବିବରଣୀ ପାଠ କରିଥିଲେ। ସମାଜର ବିଭିନ୍ନ ସ୍ତରରେ ଉଲେଖନୀୟ ଅବଦାନ ପାଇଁ ଚାଣକ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ସମୂହଙ୍କୁ ଉନ୍ନତ ମାଛ ଚାଷ ପାଇଁ, ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ ଡ଼ଃ ମନ୍ମଥ କୁମାର ପାଣି, ପରିବେଷବିତ ଡ଼ଃ ଆଶୁତୋଷ ଦେବତା, ଓଡିଶା ର ଶ୍ରେଷ୍ଠ ଧାବିକା ଦୁତି ଚାନ୍ଦ ପ୍ରମୁଖ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।
ଅଖଣ୍ଡ ବାରଙ୍ଗର ୧୯ ଗୋଟି ଉଚ୍ଚ ବିଦ୍ୟାଳୟ ର ସର୍ବାଧିକ ନମ୍ବର ଓ ଉପସ୍ଥାନ ପାଇଁ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସହ ସମ୍ପାଦକ ସନ୍ତୋଷ ପାଣି ସଭା ପରିଚାଳନା କରିଥିବା ବେଳେ ଭୂପତି ଭୂଷଣ ପାଣି, ରୋଜିନା ବାହୁବଳେନ୍ଦ୍ର, ମଳୟ ଦାସ, ମଧୁସୂଦନ ପ୍ରଧାନ, ସୁନୀଲ ସ୍ବାଇଁ, ପ୍ରତାପ ମଣ୍ଡଳ, ସତ୍ୟଜିତ ପାତ୍ର, ହରିଶ ଚକ୍ରବର୍ତ୍ତୀ, ଅରବିନ୍ଦ ମହାପାତ୍ର, ସମ୍ବିତ ବେହେରା, ସୁମିତ୍ରା ସେଠି, ପ୍ରମୋଦ ବିଶୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ବାରଙ୍ଗ ଅଞ୍ଚଳର ବରିଷ୍ଠ ମୁରବୀ କାନନ କ୍ଷେତ୍ର ଆବାହକ ରବୀନ୍ଦ୍ର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ଅଖଣ୍ଡ ବାରଙ୍ଗର ଐକ୍ୟ ବଜାୟ ରଖିବାକୁ ନିବେଦନ କରିଥିଲେ.।
