ଭୁବନେଶ୍ୱର, ୨୬/୦୨/୨୦୨୪ (ଓଡ଼ିଶା ସମାଚାର)- ଅରୁନ୍ଧତୀ ତରଫରୁ ପରିଚାଳନା ନିଦ୍ଧେର୍ଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେରଙ୍କ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଅଛି । ଏହି ବିଶେଷ ମୁହୁର୍ତକୁ ଅବିସ୍ମରଣିୟ କରିବା ପାଇଁ ମହତ ରକ୍ତଦାନ ମାଧ୍ୟମରେ ସମାଜ ପାଇଁ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରାଯାଇଅଛି । ବ୍ଲଡବ୍ୟାଙ୍କ ରେଡକ୍ରସ୍ ଓ ଅରୁନ୍ଧତୀ ଫାଉଣ୍ଡେସନ୍ ତରଫରୁ ରାଜ୍ୟର ତିନୋଟି ପ୍ରମୁଖ ସହର ଭୂବନେଶ୍ୱର, ବଲଙ୍ଗୀର ଓ ଭବାନୀପାଟଣା ସ୍ଥିତ ଅରୁନ୍ଧତୀ ହିରୋ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୫୦୦ରୁ ଉର୍ଦ୍ଧ ୟୁନିଟ ବ୍ଲଡ ସଂଗ୍ରହ କରାଯାଇଥିଲା ।
ଏହି ଅବସରରେ ଅରୁନ୍ଧତୀର ପରିଚାଳନା ନିଦ୍ଧେର୍ଶକ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଥିଲେ ଯେ ଭଗବାନଙ୍କ ସୃଷ୍ଟିରେ ରକ୍ତର ବିକଲ୍ପ ଆଜିବି ବିଜ୍ଞାନ ଯୁଗରେ ଅପହଂଚ ଏମିତି ଏକ ମହତ ଉଦ୍ଧେଶ୍ୟ ଆଗାମି ଦିନରେ ନିଶ୍ଚିତ ଭାବରେ ଅନେକ ଦୁର୍ଲଭ ମଣିଷ ଜୀବନ ବେଇବାରେ ସହାୟକ ହେବା ସାେଙ୍ଗ ଅନ୍ୟମାନଙ୍କୁ ସାମାଜିକ ଦାୟିତ୍ୱବୋଧ ନେବା ପାଇଁ ପ୍ରେରଣା ଯୋଗେଇବ । ବର୍ତମାନ ଦିନରେ ମାନବ ସେବା ପାଇଁ ରକ୍ତର ଆବଶ୍ୟକତାକୁ ଅନୁଭବ କରି ଜନ୍ମଦିନରେ ସମାଜ ପାଇଁ ଉଚ୍ଚ କୋଟିର ଉଦାହରଣ ସୃଷ୍ଟି କରିବା, ଅରୁନ୍ଧତୀ ଗ୍ରୁପ୍ର ଏହି ପ୍ରୟାସକୁ ସମସ୍ତ ମହଲରେ ପ୍ରସଂଶା କରିବା ସହ ପରିଚାଳନା ନିଦ୍ଧେର୍ଶକ ବ୍ରହ୍ମାନନ୍ଦ ମେହେରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଅରୁନ୍ଧତୀ ଫାଉଣ୍ଡେସନ୍ ତରଫରୁ ଓଡ଼ିଶାର ୩ଟି ସହରରେ ମେଗା ରକ୍ତଦାନ ଶିବିର
