ରାଉରକେଲା, ୧୨/୧୨/୨୦୨୫ (ଓଡ଼ିଶା ସମାଚାର)- ଦିବ୍ୟ ଜୀବନ ସଂଘ ଇସ୍ପାତ ନଗରୀ ଶାଖା ର ରୈ।ପ୍ୟ ଜୟନ୍ତୀ ଉପଲକ୍ଷେ ତ୍ରିଦିବସୀୟ ଆଧ୍ୟାତ୍ମିକ ସାଧନା ଶିବିର ସେକ୍ଟର ୭ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଉଦଘାଟକ ଭାବେ ଋଷିକେଶ ମୁଖ୍ୟ କାର୍ଯ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ଵତୀ ମହାରାଜ, ମୁଖ୍ୟ ଅତିଥି ଭାବେ ମୁଖ୍ୟ କାର୍ଯ୍ୟାଳୟର ସାଧାରଣ ସମ୍ପାଦକ ଶ୍ରୀ ସ୍ବାମୀ ଅଦ୍ଵୈତାନନ୍ଦ ସରସ୍ଵତୀଜୀ ମହାରାଜ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସ୍ବାମୀ ଧର୍ମନିଷ୍ଠାନନ୍ଦ ସରସ୍ଵତୀଜୀ ମହାରାଜ, ସ୍ବାମୀ ବ୍ରହ୍ମ ସାକ୍ଷାତକାର ସରସ୍ଵତୀଜୀ ମହାରାଜ, ସ୍ବାମୀ ଅକ୍ଷରାନନ୍ଦ ସରସ୍ଵତୀଜୀ ମହାରାଜ, ସ୍ବାମୀ ସ୍ବରୁପାନନ୍ଦ ସରସ୍ଵତୀଜୀ ମହାରାଜ, ସ୍ବାମୀ ରାମେଶ୍ବରାନନ୍ଦ ସରସ୍ଵତୀଜୀ ମହାରାଜ, ବ୍ରହ୍ମଚାରୀ ପ୍ରଣବ ଚୈତନ୍ୟଜୀ ମହାରାଜ ପ୍ରମୁଖ ଯୋଗଦେଇଥିଲେ।
ଏହି ତ୍ରିଦିବସୀୟ ଶିବିରରେ ଜୟ ଗଣେଶ କୀର୍ତ୍ତନ,ଶ୍ରୀଗୁରୁ ସ୍ତୋତ୍ରପାଠ, ଶାନ୍ତିମନ୍ତ୍ର, ଯୋଗାସନ, ପ୍ରାଣାୟାମ,ନଗର ସଂକୀର୍ତ୍ତନ, ଶ୍ରୀମଦ୍ ଭଗବତ ଗୀତା ଆଧାରରେ ସାଧନା, ଶାସ୍ତ୍ର ଆଧାରରେ ଗୁରୁତତ୍ତ୍ଵ,ଭଜନ, ସମନ୍ବୟ ଯୋଗ, ସାଧନା ସମ୍ବନ୍ଧୀୟ ମାର୍ଗଦର୍ଶନ, ମନ୍ତ୍ରଦୀକ୍ଷା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଶିବିରରେ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇ ସ୍ୱାମୀଜୀ ମାନଙ୍କ ଆଶୀର୍ବଚନ ଶ୍ରବଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ଉନ୍ମୋଚନ, ବିଶେଷ ସହଯୋଗୀ ଓ ସ୍ବେଚ୍ଛାସେବୀ ଙ୍କୁ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନର ସଭାପତି ଅର୍ଦ୍ଧେନ୍ଦୁ ଶେଖର ଷଡଙ୍ଗୀ, ଉପସଭାପତି ବି କେ ମହାରଣା, ସମ୍ପାଦକ ତ୍ରିଲୋଚନ ପଣ୍ଡା,ସହ ସମ୍ପାଦକ ନରସିଂହ ରଥ, ଟ୍ରଷ୍ଟି ସର୍ବଶ୍ରୀ ଗୀରିଧାରୀ ସ୍ବାଇଁ,ଆର କେ ତ୍ରିପାଠୀ,ଡି ପି ରଥ,ଆର ସି ସ୍ବାଇଁ, ଏସ ପି ମହାନ୍ତି,ଏଚ କେ ତ୍ରିପାଠୀ, ବୀଣାପାଣି ଜେନା,ସୀମାଞ୍ଚଳ ଦୀକ୍ଷିତ, ଶିଶିର କାନ୍ତ ପାଣିଗ୍ରାହୀ,ଅଲେଖ ଚନ୍ଦ୍ର ମହାରଣା, ପୂର୍ଣ୍ଣଚନ୍ଦ୍ର ପଲାଇ, କାର୍ତ୍ତିକ ପରିଡ଼ା, ଧନେଶ୍ଵର ସାହୁ, ପର୍ଶୁରାମ ବିଶ୍ବାଳ, ବିନୋଦ ପାଢ଼ୀ, ରାମଚନ୍ଦ୍ର ମିଶ୍ର, ରଞ୍ଜିତ ଜେନା,ବି କେ ମହାପାତ୍ର, ପ୍ରକାଶ ନାୟକ, ତ୍ରିଲୋଚନ ମହାରଣା,ରବି ନାରାୟଣ ପଣ୍ଡା, ପ୍ରଶାନ୍ତ ମହାରଣା, ସୁପ୍ରଭା ମହାରଣା,ସୁବ୍ରତା ମହାରଣା,ଜ୍ୟୋତ୍ରୀମୟ ଆଚାର୍ଯ୍ୟ, ରଞ୍ଜିତା ମହାରଣା,ମୀରା ମହାରଣା, ପ୍ରକାଶ ମହାରଣା ପ୍ରମୁଖ ସହଯୋଗ କରିଥିଲେ।
