କଟକ ସଦର, ୧୩/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସର୍ବପୁରାତନ କନ୍ଦରପୁର ଵଜାର କମିଟି ସଭାପତି, ଯୁବ ସମାଜସେବୀ ସ୍ମୃତି ରଞ୍ଜନ ପ୍ରଧାନ ଓରଫ ମୁନା (୫୫) ଙ୍କର ଗତକାଲି ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଅକାଳ ବିୟୋଗ ଘଟିଥିବା ଜଣାପଡିଛି।
ଖବର ଜଣାପଡିବା ପରେ କନ୍ଦରପୁର ଵ୍ୟଵସାୟୀ ମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମର ଶରୀରକୁ ଆଜି ଗୁରୁବାର ସକାଳେ ଶୋକାକୁଳ ପରିବେଶ ରେ ବଜାର ପରିକ୍ରମା କରାଯାଇ ଗ୍ରାମ୍ୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏକମାତ୍ର ପୁତ୍ର ସୁମିତ ପ୍ରଧାନ ମୁଖାଗ୍ନୀ ଦେଇଥିଲେ। ଵଜାରରେ ସ୍ୱର୍ଗତ ମୁନା ଙ୍କୁ ବଜାର କମିଟି ଏଵଂ ଅନ୍ୟାନ୍ୟ ବହୁ ବ୍ୟକ୍ତିବିଶେଷ ଙ୍କ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।
