ଭୁବନେଶ୍ୱର,୨୭/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପ୍ରାବନ୍ଧିକ, ଗାଳ୍ପିକ ତଥା କବି ଶ୍ରୀ ପରମାନନ୍ଦ ମିଶ୍ରଙ୍କୁ ଓଡ଼ିଆ ସାହିତ୍ୟ ସର୍ଜନା କ୍ଷେତ୍ରରେ ପାରଦର୍ଶିତା ପାଇଁ ନୂଆଦିଲ୍ଲୀ ସ୍ଥିତ ଜ୍ଞାନଧନ ଫାଉଣ୍ଡେସନ ଦ୍ୱାରା ସମ୍ମାନ ଜନକ ଡକ୍ଟରେଟ ସମ୍ମାନ ଭୁବନେଶ୍ୱରସ୍ଥିତ ଆର.ସି.ଏମ କଲେଜ ଅଡିଟୋରିୟମରେ ପ୍ରଦାନ କରାଯାଇଛି ।
ଶ୍ରୀ ମିଶ୍ରଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଅନ୍ୱେଷା’, ‘ସିସୃକ୍ଷା’ ତଥା ‘ବୋଉ’ ଖୁବ୍ ପ୍ରସଂଶା ଲାଭ କରିଥିବାବେଳେ ସଂପ୍ରତି ‘ଗୀତିଶତକ ନାମକ ଅନ୍ୟ ଏକ ପୁସ୍ତକ ଖୁବ୍ ଶିଘ୍ର ପ୍ରକାଶ ହେବାକୁ ଯାଉଛି । ଶ୍ରୀ ମିଶ୍ର ଏକାଧାରରେ ଜଣେ ବିଜ୍ଞଗ୍ରନ୍ଥାଗାରିକ, ଲେଖକ ତଥା ସମାଜସେବୀ ହିସାବରେ ଖୁବ୍ ସୁନାମ ଅର୍ଜନ କରିଛନ୍ତି ।
