ଭୁବନେଶ୍ୱର,୨୭/୦୩/୨୦୨୬(ଓଡ଼ିଶା ସମାଚାର)-ପବିତ୍ରରୁକୁଣା ରଥ ଯାତ୍ରା ଉପଲକ୍ଷେ ଲିଓରା ଫାଉଣ୍ଡେସନ୍ର ସ୍ୱେଚ୍ଛାସେବୀମାନେ ମାଗଣାରେ ବିଭିନ୍ନ ଉପକରଣ ବଂଟନ କରିଥିଲେ । ଅସହ୍ୟ ଖରା ଯୋଗୁଁ ଲୋକ ଦୁର୍ବଳ ଅନୁଭବ କରୁଥିବାରୁ ଯାତ୍ରାରେ ପ୍ରାୟ ୫ହଜାର ଲୋକଙ୍କୁ ବିଭିନ୍ନ ଜୁସ୍ ପ୍ୟାକେଟ୍, ଗ୍ଲୁକନ୍ ଡି ପ୍ୟାକେଟ୍ ବଂଟନ କରିଥିଲେ ଫାଉଣ୍ଡେସନ୍ର ସ୍ୱେଚ୍ଛାସେବୀ ।
ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ ପ୍ରଦ୍ୟୁମ୍ନ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ୨ବର୍ଷ ହେଲା ମହାଶିବରାତ୍ରୀ ଓ ରୁକୁଣା ରଥ, କାର୍ତିର୍ିକ ପୂର୍ଣ୍ଣିମାରେ ଏପରି ସେବା ସେବା ଯୋଗାଇ ଦିଆଯାଉଛି । ତେବେ ରୁକୁଣା ରଥଯାତ୍ରାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଧାଡ଼ିରେ ଲୋକଙ୍କୁ ବଂଟନ କରାଯାଇଥିଲା । ବିଶେଷ କରି ବୃଦ୍ଧବୃଦ୍ଧା ମହିଳାଙ୍କୁ ଅଗ୍ରଧିକାର ଦିଆଯିବା ସହ ୫ହଜାର ଲୋକଙ୍କୁ ବଂଟନ କରାଯାଇଥିଲା । ଏପରି କାର୍ଯ୍ୟ ପାଇଁ ସ୍ଥାନୀୟ ଅଂଚଳରେ ପ୍ରଂଶସାର ପାତ୍ର ପାଲଟିଥିଲେ ।
