ରାଜ୍ୟ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଜାତୀୟ ଡାଟା ଆର୍କାଇଭ ଭିତ୍ତିକ ତଥ୍ୟ  କାଟାଲଗିଂ ସଂପର୍କିତ   ୨  ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ  ଅନୁଷ୍ଠିତ

ତଥ୍ୟ ପ୍ରସାରଣ ବ୍ୟବସ୍ଥାକୁଅଧିକ ପ୍ରଭାବୀ ଓ ଦକ୍ଷ କରିବା ପାଇଁ ନିରନ୍ତର ପ୍ରୟାସ

ରାଜ୍ୟରେ ଏକ ସୁଦୃଢ଼ ଓ ପାରଦର୍ଶୀ  ପରିସଂଖ୍ୟାନ ବ୍ୟବସ୍ଥା ଗଠନ  କରିବା ଲକ୍ଷ୍ୟ

ଭୁବନେଶ୍ୱର, ୦୨/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅନ୍ତର୍ଗତ ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଓଡ଼ିଶା ତରଫରୁ ଜାତୀୟ ଡାଟା ଆର୍କାଇଭ ଭିତ୍ତିକ ତଥ୍ୟ  କାଟାଲଗିଂ( ଏନଏଡିଏ)  ସଂପର୍କିତ ୨ ଦିନିଆ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ଏକାଡେମୀ,ଭୁବନେଶ୍ୱରଠାପେ ଅକ୍ଟୋବର ୩୦ -୩୧  ଦୁଇଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା, ରାଜ୍ୟ ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ସଂସ୍ଥାଗତ କ୍ଷମତାକୁ ତଥ୍ୟ ସଂରକ୍ଷଣ, ଡକ୍ୟୁମେଣ୍ଟେସନ ଓ ପ୍ରସାରଣ କ୍ଷେତ୍ରରେ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତମେଟାଡାଟା ମାନଦଣ୍ଡ ସ୍ତରର କ୍ଷମତା ବୃଦ୍ଧି  କରି ଶକ୍ତିଶାଳୀ କରିବା । ବିଶ୍ୱ ବ୍ୟାଙ୍କ ପାଣ୍ଠି ସହାୟତାରେ କାର୍ଯ୍ୟକାରୀ ହେଉଥିବା ଏହି କାର୍ଯ୍ୟ ଓଡିଶା ରାଜ୍ୟ କ୍ଷମତା ଓ ସହନଶୀଳ ବିକାଶ କାର୍ଯ୍ୟକ୍ରମ ( ଓଏସସିଆରଜିପି) ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବାକୁ ଯାଉଛି, ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି  ରାଜ୍ୟରେ ଏକ ସୁଦୃଢ଼ ଓ ପାରଦର୍ଶୀ  ପରିସଂଖ୍ୟାନ ବ୍ୟବସ୍ଥା ଗଠନ  କରିବା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଟି. ଆଓ, ଆଇ.ଏ.ଏସ., ଉଦଘାଟନ କରି କହିଥିଲେ ଯେ, ପ୍ରମାଣଭିତ୍ତିକ  ନୀତି ନିର୍ଦ୍ଧାରଣ ଓ ଗବେଷଣା ଆଧାରିତ ବିଶ୍ଳେଷଣ ପାଇଁ ପରିସଂଖ୍ୟାନ ତଥ୍ୟର ନିତାନ୍ତ ଆବଶ୍ୟକତା ରହିଛି । ସେରାଜ୍ୟ ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା ପରିସଂଖ୍ୟାନ  ପ୍ରଣାଳୀକୁ ସୁଦୃଢ଼ କରିବାର  ପ୍ରୟାସକୁ ପ୍ରଶଂସା କରିବା ସହିତ ଉଲ୍ଲେଖ କରିଥିଲେ ଯେ, କୃତ୍ରିମ ବୁଦ୍ଧିମତା( ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ  ବିଶ୍ୱସନୀୟ, ପ୍ରମାଣିତ ସାଂଖିକ ତଥ୍ୟର ମୂଲ୍ୟ ଅପରିହାର୍ଯ୍ୟ ରହିଛି।

ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡଃ.  ବିଜୟ ଭୂଷଣ ନନ୍ଦ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ   ଉପସ୍ଥାପନ କରି କହିଥିଲେ ଯେ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ହେଉଛି ରାଜ୍ୟର ନୋଡାଲ ଏଜେନ୍ସି, ଯାହା ସର୍ବେକ୍ଷଣ, ଜନଗଣନା ଓ ଅନ୍ୟାନ୍ୟ ସାଂଖ୍ୟିକ  କାର୍ଯ୍ୟକଳାପ ମାଧ୍ୟମରେ ସାଂଖ୍ୟିକ ତଥ୍ୟ ପ୍ରସ୍ତୁତ କରୁଛି । ତଥ୍ୟକୁ ଅଧିକ ମୂଲ୍ୟଯୁକ୍ତ  କରିବା ପାଇଁ ତାହାକୁ ନୀତି ନିର୍ଦ୍ଧାରକ, ଗବେଷକ ଓ ଶିକ୍ଷାବିତ୍ ମାନଙ୍କ  ମଧ୍ୟରେ ପ୍ରସାରଣ କରିବାର  ଆବଶ୍ୟକତା ରହିଛି ।

ଏହି ଉଦ୍ଦେଶ୍ୟରେ ନିର୍ଦ୍ଦେଶାଳୟ ଦ୍ୱାରାଡାଟା କାଟେଲଗିଂ ପାଇଁ ନ୍ୟାସନାଲ ଡାଟା ଆର୍କାଇଭ(ନାଡା)ପ୍ରଣାଳୀ ପ୍ରୟୋଗକରାଯାଉଛି, ଯାହା ମାଧ୍ୟମରେ ତଥ୍ୟ ଓ ସର୍ବେକ୍ଷଣ ସମ୍ବନ୍ଧୀୟ ଡକ୍ୟୁମେଣ୍ଟଗୁଡ଼ିକୁ ସହଜରେ ଉପଲବ୍ଧ ହୋଇପାରିବ  ଓ ବ୍ୟବହାରକାରୀମାନେ ସୁବିଧାରେ  ଡାଉନଲୋଡ୍ କରିପାରିବେ ଏବଂ ବିଶ୍ଳେଷଣ ସହ ଅନୁଶୀଳନ କରିପାରିବେ  ।  ଏହା ମାଧ୍ୟମରେଓଡିଶା ଏ କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ହୋଇଥିବା ସେ ପ୍ରକାଶ କରିଥିଲେ ।

  ପ୍ରଶିକ୍ଷଣର ଅଧିବେଶନଗୁଡ଼ିକ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପରିସଂଖ୍ୟାନ ସୂଚନା ବ୍ୟବସ୍ଥା ବିଶେଷଜ୍ଞ ଶ୍ରୀ ସୋମନାଥ ଶମ୍ଭୁଦାସଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା ।

ପ୍ରକାଶ ଯୋଗ୍ୟ ଯେ, ରାଜ୍ୟ ଅର୍ଥନୀତି ଓ  ପରିସଂଖ୍ୟାନ ନିର୍ଦ୍ଦେଶାଳୟ , ଓଡିଶାପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ତଥ୍ୟ ଉପଲବ୍ଧତା ପାଇଁ ସାଂଖ୍ୟିକ ତଥ୍ୟ ପ୍ରସାରଣ ପାଇଁତଥ୍ୟ ପ୍ରସାରଣ ନୀତି  ( ଡାଟା ଡିସେମିନେସନ ପଲିସି) ଏବଂ ତାହାରକାର୍ଯ୍ୟ ନିଷ୍ପାଦନ ନିର୍ଦ୍ଦେଶିକା ପ୍ରକାଶ କରାଯାଇଛି । ଏହି ନୀତି ଅନୁସାରେ, ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ବିଭିନ୍ନ ଉପଯୋଗକର୍ତ୍ତାଙ୍କ ପାଖକୁ ସାଂଖ୍ୟିକ ତଥ୍ୟରପ୍ରଭାବୀ  ଓ ଦକ୍ଷ ପ୍ରସାରଣକୁ  ସୁନିଶ୍ଚିତ କରିବାରେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ।

-0-

ପଠାଣି ରାଉତ ,ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *