ଶିକ୍ଷା ସପ୍ତାହର ଦ୍ୱିତୀୟ ଦିବସ

# ‘ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ’ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ

# ୧୫ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ନେଇ ୪୪ ହଜାରରୁ ଊଦ୍ଧ୍ୱର୍ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୨୩/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସାତଦିନ ବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ମଙ୍ଗଳବାର ଏହି ସପ୍ତାହିକ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଛାତ୍ରଛାତ୍ରୀଙ୍କ ମୂଳଦୁଆ ଶିକ୍ଷାକୁ ଗୁରୁତ୍ୱ ଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ (ଏଫ୍‌.ଏଲ୍‌.ଏନ୍‌. ଦିବସ) ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ପାଇଁ କର୍ମଶାଳା, ଆଲୋଚନା, ଅଧିବେଶନ ଆଦି ଆୟୋଜନ କରାଯାଇ ସହଜ ଓ ସରଳ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ ଛାତ୍ରଛାତ୍ରୀଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତାଗୁଡ଼ିକୁ ବିକଶିତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଯଥା- ଗଣିତ କ୍ଲବ୍‌, କାହାଣୀ ପଢ଼ିବା, ଗଣିତ ଓ ସଂଖ୍ୟାକୁ ନେଇ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଖେଳ, ପିଲାଙ୍କ କଳ୍ପନା ଶକ୍ତିକୁ ବଢ଼ାଇବା ପାଇଁ କଳା ଓ ହସ୍ତଶିଳ୍ପ ସମ୍ବନ୍ଧୀୟ କାର୍ଯ୍ୟକଳାପ, ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଏଫ୍‌.ଏଲ୍‌.ଏନ୍‌ ମେଳାର ଆୟୋଜନ କରାଯାଇଥିଲା । ତୃତୀୟ ଶ୍ରେଣୀ ପାଠ ସରିବାବେଳକୁ ପିଲାଟି ବହି ପଢ଼ିବାରେ ସକ୍ଷମ ହେଉଥିବ ଏବଂ ଗାଣିତିକ ପ୍ରଣାଳୀର ବ୍ୟବହାରକୁ ମଧ୍ୟ ସଠିକ୍‌ ଭାବରେ ବୁଝିପାରୁଥିବ, ଏହା ହିଁ ଏଫ.ଏଲ.ଏନ୍‌ ର ମୂଳ ଉଦ୍ଦେଶ୍ୟ । ୨୦୨୭ ମସିହା ସୁଦ୍ଧା ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଏଫ୍‌.ଏଲ୍‌.ଏନ୍‌ କୁ ସଫଳ କରିବା ପାଇଁ ନୂତନ ଶିକ୍ଷା ନୀତି-୨୦୨୦ରେ ଗୁରୁତ୍ୱ ଦିଆଯାଇଛି । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ(ଏକକ୍ତ)ସମ୍ବନ୍ଧିତ ବ୍ୟାପକ ସଚେତନତା ସୃଷ୍ଟି ଓ ଏହାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯନ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ଶପଥ ପାଠ, ପ୍ରଦର୍ଶନୀ, ଏକକ୍ତ ଷ୍ଟଲ, ଗଳ୍ପ କଥନ, ଗୀତ ମାଧ୍ୟମରେ ଶିକ୍ଷାଦାନ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ, ଗୋଷ୍ଠୀ ସହଯୋଗିତା, ଶ୍ରେଣୀ କାର୍ଯ୍ୟ ପଦର୍ଶନ, ଶ୍ରେଣୀ ଶିକ୍ଷାରେ ଯାଦୁ ପେଡ଼ିର ବ୍ୟବହାର ଇତ୍ୟାଦି ଉପରେ ବିଭିନ୍ନ କାର୍ଯ୍ୟକ୍ରମ ବିଦ୍ୟାଳୟଗୁଡ଼ିକରେ ଆୟୋଜିତ କରାଯାଇଥିଲା । ୪୪ ହଜାରରୁ ଊଦ୍ଧ୍ୱର୍ ବିଦ୍ୟାଳୟର ୧୫ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଛନ୍ତି । ଏହି ଦିବସ ପାଳନ ମାଧ୍ୟମରେ ଗୋଷ୍ଠୀ-ସହଭାଗିତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ସପ୍ତାହ ପାଳନ ଅବସରରେ ଏଫ୍‌.ଏଲ୍‌.ଏନ୍‌ କୁ ବ୍ୟାପକ କରିବା ଦ୍ୱାରା ସମଗ୍ର ଦେଶରେ ଶିକ୍ଷାକ୍ଷେତ୍ରରେ ସମାନତା ଓ ସାମଗ୍ରିକ ବିକାଶ ବୃଦ୍ଧି ପାଇବ । ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ସମ୍ପ୍ରଦାୟର ମିଳିତ ପ୍ରୟାସରେ ପ୍ରତ୍ୟେକଟି ଶିଶୁ ଉଚ୍ଚଶିକ୍ଷାର ଯାତ୍ରାରେ ଯେପରି ଅଧିକରୁ ଅଧିକ ଦକ୍ଷତାର ସହ ଆଗକୁ ବଢ଼ିପାରିବ ସେଥିପାଇଁ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରୟାସ କରାଯାଉଛି ।

Leave a Reply

Your email address will not be published. Required fields are marked *