ଗରଦପୁର,୨୭/୩/୨୦୨୬ (ଓଡ଼ିଶା ସମାଚାର)-ଆଜି ଥିଲା ପବିତ୍ର ରାମ ନବମୀ । ଏହି ଅବସରରେ ଆଜି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ମର୍ଯ୍ୟାଦା ପୁରୁଷ ପୁରୁଷୋତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଜନ୍ମୋସ୍ଥବ ପାଳନ କରାଯାଇ ସମଗ୍ର ଦେଶ ଉତ୍ସବ ମୁଖର ହୋଇ ପଡ଼ିଛି । ଏହି ପବିତ୍ର ଅବସରରେ ଗରଦପୁର ବ୍ଲକ୍ ଅଧିନ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ବସନ୍ତପୁର ଠାରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଶିରିଡ଼ି ସାଇ ମନ୍ଦିର ରେ ରାମ ନବମୀ ମହୋତ୍ସବ ସମାରୋହରେ ପାଳିତ ହୋଇଯାଇଛି ।


ଏହି ଉପଲକ୍ଷେ ସକାଳ ସାଢ଼େ ୫ ଟାରେ କାକଡ଼ ଆରତି, ସାଢ଼େ ୬ ଟାରେ ସ୍ନାନ ଆରତି,୯ ଟା ରେ ମହାଭିଷେକ ପୂଜା, ହୋମ ଓ ୧୨ ଟାରେ ମଧ୍ୟାହ୍ନ ଆରତି ସମ୍ପନ୍ନ ହୋଇଥିଲା । ଏହି ପବିତ୍ର ଦିବସ ଅବସରରେ ମନ୍ଦିର ପରିସରରେ ଏକ ହାଇମାଷ୍ଟ ଲାଇଟ୍ ଉଦଘାଟିତ ହୋଇଥିଲା । ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତି , ସମ୍ପାଦକ ସୁନିଲ ମହାନ୍ତି, ଟ୍ରଷ୍ଟ ସଦସ୍ୟ ସ୍ୱରୂପ ମହାନ୍ତି, କମଳ ମହାନ୍ତି, ଆଶିଷ ମହାନ୍ତି,ଦେବୀପ୍ରସାଦ ମହାନ୍ତି,ଅମିୟ କୁମାର ଦାସ, ସଂଯୁକ୍ତା ବିଶ୍ୱାଳ, ଜିତେନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଙ୍କ ଉପସ୍ଥିତିରେ ବ୍ରାହ୍ମଣ ପଣ୍ଡିତ ସନ୍ତୋଷ କୁମାର ଦାଶ ପୂଜାର୍ଚ୍ଚନା କରିବା ପରେ ସାମ୍ବାଦିକ ଡ଼କ୍ଟର ଦୀପ୍ତିରଂଜନ କାନୁନଗୋ ନଡ଼ିଆ ବାଡ଼େଇ ହାଇମାଷ୍ଟ ଲାଇଟ୍ ର ସୁଇଚ୍ ଅନ୍ କରି ଉଦଘାଟନ କରିଥିଲେ ।

ଏହାପରେ ପ୍ରସାଦ ସେବନ କରାଯାଇଥିଲା । ସନ୍ଧ୍ୟା ୫ ଟାରେ ଚଭାଡ଼ି ଯାତ୍ରା ଓ ସନ୍ଧ୍ୟା ୬ ଟାରେ ସନ୍ଧ୍ୟା ଆରତି ଅନୁଷ୍ଠିତ ହୋଇଥିଲା । ଗ୍ରାମ ତଥା ଆଖ ପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ରାମ ନବମୀ ଉତ୍ସବ ପାଳନରେ ସାମିଲ ହୋଇଥିଲେ ।
