ରାଜଧାନୀ ଭୁବନେଶ୍ୱର ରେ ପୁଣି ଗୁଳିକାଣ୍ଡ ରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର, ୦୭/୧୧/୨୦୨୬(ଓଡ଼ିଶା ସମାଚାର)-  ରାଜଧାନୀ ଭୁବନେଶ୍ୱର ରେ ପୁଣି ଗୁଳିକାଣ୍ଡ ରେ ଗଡ଼ିଲା ମୁଣ୍ଡ। ରାଜରାସ୍ତାରେ ଗୁଳିକାଣ୍ଡ ରେ ଚାଲିଗଲା ଯୁବକଙ୍କ ଜୀବନ। ଗତ କିଛି ଦିନ ମଧ୍ୟରେ ୨ଟି ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଥିବା ବେଳେ ଅଶାନ୍ତ ହୋଇଛି ରାଜଧାନୀ। ଗତକାଲି ବିଳମ୍ବିତ ରାତିରେ ପଏଣ୍ଟ ବ୍ଲାଙ୍କରୁ ଯୁବକଙ୍କ ମୁଣ୍ଡକୁ ଫାୟାରିଂ ହୋଇଛି। ଲକ୍ଷ୍ମୀସାଗର ଥାନା ବମିଖାଲ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଗୁଳିରେ ହଳଦୀପଡ଼ିଆର ସୋନୁ ନାୟକଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ବମ ପକାଇଲେ । ସୋନୁ ଗାଡ଼ିରୁ ଗଳିପଡିଲା ପରେ ଗୁଳିକଲେ। ୪ ଜଣ ଦୁର୍ବୃତ୍ତ ଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ରାତି ୩ଟାରେ ବମିଖାଲ ସରକାରୀ ବନ୍ଧୁକ ଦୋକାନ ଆଗରେ ଏହି ଗୁଳିକାଣ୍ଡ ଘଟିଥିଲା। ଝାରପଡା ଅଞ୍ଚଳର ଯୁବକ ଗୁଳି ମାରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଗତ ବୁଧବାର ବିଳମ୍ବିତ ରାତିରେ ଧଉଳି ଥାନା ଅନ୍ତର୍ଗତ ଗଙ୍ଗୁଆ ନାଳ ନିକଟରେ ଶିଶୁପାଳଗଡ଼ ଗାଁରେ ଗୁଳିକାଣ୍ଡ ଘଟିଥିଲା। ମାଉସୀ ମା’ ଛକ ଓଭର ବ୍ରିଜ୍ ଉପରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମାଟି, ଗୋଡି ଆଦି ବେପାର ବିବାଦରୁ ଗୁଳିକାଣ୍ଡ ଘଟିଥିବା ବେଳେ ଧଉଳି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଅଭିଯୁକ୍ତ ଦେଖାଇବା ପରେ ଗଙ୍ଗୁଆ କେନାଲରୁ ପୁଲିସ ଜବତ କରିଥିଲା।

Leave a Reply

Your email address will not be published. Required fields are marked *